ଭଦ୍ରକ – ସ୍ବାସ୍ଥ୍ୟ ଓ ପୁଲିସ ବିଭାଗକୁ ରାଜ୍ୟ ସରକାର ପ୍ରଥମେ ୫-ଟି େଯାଜନାରେ ଅନ୍ତର୍ଭୃକ୍ତ କରିଛନ୍ତି ା ରୋଗୀଙ୍କୁ ଉତମ ସ୍ବାସ୍ଥ୍ୟ ସୁବିଧା େଯାଗାଇ ଦେବା ଲକ୍ଷରେ ୫ଟି ସଚିବଙ୍କ ସମେତ ଉନ୍ନୟନ କମିଶନ ଏବଂ ଅନ୍ୟ ସଚିବମାନେ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଆସି ରୋଗୀ ଓ ସେମାନଙ୍କ ସଂପର୍କିୟଙ୍କୁ ଭେଟି ସୁବିଧା ଅସୁବିଧା ପଚାରି ବୁଝୁଛନ୍ତି ା ଏକ ସପ୍ତାହ ପୂର୍ବେ ମଧ୍ଯ ୫ଟି ସଚିବ ଅଚାନକ ଭଦ୍ରକ ଜିଲା ସ୍ବାସ୍ଥ୍ୟ କେନ୍ଦ୍ରରେ ପହଂଚି ବୁଲି ଫେରିଛନ୍ତି ା ହେଲେ ଭଦ୍ରକ ଜିଲା ଧାମନଗର ବ୍ଲକ ଅଂଚଳର ଅଧିକାଂଶ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦବି ଖାଲି ପଡିଥିବା ବେଳେ କେତେକ ସ୍ଥାନରେ ଫାର୍ମାସିଷ୍ଟମାନେ ରୋଗୀ ସେବା କରୁଛନ୍ତି ା ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଖଡିମାହାରାସ୍ଥିତ ଗୋପିନାଥ ସ୍ମାରକୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ୧୯୯୬ ମସିହାରେ ସ୍ଥାପିତ ହୋଇଥିଲା ା ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଆକପାଖ ଅଂଚଳର ପଂଚାୟତ ସମେତ ପଡୋଶୀ ତିହିଡି ବ୍ଲକର ଦୁଇଟି ପଂଚାୟତର ଲୋକେ ନିର୍ଭର କରିଥାନ୍ତି ା ଦୈନିକ ୪୦/୫୦ ରୋଗୀ ଏଠାକୁ ସେବା ପାଇଁ ଆସିଥାନ୍ତି ା ହେଲେ ଦୀର୍ଘ ବର୍ଷ ହେଲା ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନାହାନ୍ତି ା ଯିଏ ବି କେବେ ଏଠାକୁ ଆସନ୍ତି ସେ ଅଳ୍ପ ଦିନ ରହି ପୁଣି ବଦଳି ହୋଇ ଯାଆନ୍ତି ା ଫଳରେ ଫାର୍ମାସିଷ୍ଟ ହó ରୋଗୀ ସେବା କରିଥାନ୍ତି ା ଜଣେ ସ୍ବାସ୍ଥ୍ୟକର୍ମୀ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିବା ବେଳେ ସୁଇପର ନାହାନ୍ତି ା ସେହିପରି ଦୀର୍ଘ ବର୍ଷ ହେଲା ଏହି ସ୍ବାସ୍ଥ୍ୟ କେନ୍ଦ୍ର ଗୃହ ନିର୍ମାଣ ହୋଇଥିଲେ ମଧ୍ଯ ତାହା ମରାମତି ଅଭାବରୁ ଏବେ ଛାତ ଓ କାନ୍ଥ ଫାଟି ଆଁ କଲାଣି ା ଏପରିକି ଝରକା ଓ କବାଟ ରଙ୍ଗ ନଦିଆଯିବାରୁ ତାହା ଏବେ କଳଙ୍କି ଲାଗିଲାଣି ା ଅନେକ ସମୟରେ ଛାତରୁ ପ୍ଲାଷ୍ଟର ଖସୁଥିବାରୁ ରୋଗୀ ଏଠାକୁ ଆସିବାକୁ ଭୟ କରୁଛନ୍ତି ା ଏହା ଏକ ବନ୍ୟାଚଂଳ ହୋଇଥିବାରୁ ବନ୍ୟା ସମୟରେ ଡାକ୍ତରଖାନାରେ ପାଣି ପଶି ସରିସୂପଙ୍କ ଆଶ୍ରୟସ୍ଥଳି ପାଲଟୁଛି ା ଫଳରେ ଦରକାରୀ କାଗଜପତ୍ର ସହ ଔଷଧ ମଧ୍ଯ ନଷ୍ଟ ହେଉଛି ା ତୁରନ୍ତ ଏଠାରେ ଡାକ୍ତର ନିଯୁକ୍ତି ସହିତ ଗୃହ ମରାମତି କରିବାକୁ ସ୍ଥାନୀୟ ଅଂଚଳବାସୀ ବିଭାଗୀୟ ଅଧିକାରୀଙ୍କୁ ଦାବି କରିଛନ୍ତି ା
Related Stories
November 24, 2024
November 24, 2024