କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ବିଭିନ୍ନ ଗ୍ରାମର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଖଡ଼ିପଡ଼ା ଗ୍ରାମ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ପ୍ରାକ୍ତନ ଅଧ୍ୟାପକ ସୁକାନ୍ତ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷ ତାରେ ଏକ ଗ୍ରୀଷ୍ମକାଳୀନ ଶିବିର ର ଆୟୋଜନ କରାଯାଇଥିଲା |ଏହି ଶିବିରରେ ସମଙ୍ଗ ପଂଚାୟତ ଓ ଶାସନ ଦାମୋଦରପୁର ପଂଚାୟତ ର ବିଭିନ୍ନ ଗ୍ରାମରୁ 150 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ |ଏହି ପବିତ୍ର କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବେ ବିଶିଷ୍ଟ ଯୋଗ ଗୁରୁ ଶ୍ରୀଯୁକ୍ତ ରମାବଲ୍ଲବ ମହାପାତ୍ର ଓ ତାଙ୍କର ଧର୍ମ ପତ୍ନୀ ଶ୍ରୀମତୀ ଗାୟତ୍ରୀ ମହାପାତ୍ର ଉଦଘାଟନ କରିଥିଲେ |ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ଜୟଶଙ୍କର ଯୋଶୀ, ଏନ ୱାଇକେ , ଜିଲ୍ଲା ସଂଯୋଜକ, ପୁରୀ. ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ , ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ ରସାସୁଷମା ସାହୁ, ସମଙ୍ଗ ପଂଚାୟତ ସରପଞ୍ଚ ପ୍ରତିନିଧି, ଶ୍ରୀଯୁକ୍ତ ଅଜୟ କୁମାର ସାହୂ , ଖଡ଼ିପଡ଼ା ସ୍କୁଲ ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ସାହୂ, ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ମହାନ୍ତି, ପ୍ରାକ୍ତନ ଶିକ୍ଷକ ବୁଦ୍ଧିଆ ମୁଦୁଲ୍ଲି ,ବାସୁଦେବ ସେନାପତି, କୃଷ୍ଣଚନ୍ଦ୍ର ସାହୂ, ପାର୍ବତୀ ଗୁରୁ, ପିଙ୍କି ସେନାପତି. ଛୋଟ ଛୋଟ କୋମଳ ମତି ଶିଶୁମାନେ , ଓଁକାର, ବେଦ ଉଚ୍ଚାରଣ, ଧ୍ୟାନ, ସଂଗୀତ, ନୃତ୍ୟ ପରିବେଷଣ କରି ଅତିଥି ମାନଙ୍କୁ 3 ଘଣ୍ଟା ଧରି ମନ୍ତ୍ର ମୁଗ୍ଧ କରିଦେଇଥିଲେ, ଯାହାକି ଏକ ଗୁରୁକୁଳ ଆଶ୍ରମ ର ଆଧ୍ୟାତ୍ମିକ ପରିବେଶ ବିରାଜ ମାନ କରିଥିଲା ଶ୍ରୀମତୀ ମହାପାତ୍ର କୁନିପିଲାମାନଙ୍କୁ ଏକ ସଂଗୀତ ପରିବେଷଣ କରିଥିଲେ ଓ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟନ୍ତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ | ଗତ ପନ୍ଦର ଦିନ ହେବ କୁନି କୁନି ପିଲାମାନେ ଅଧ୍ୟାପକ ମହାନ୍ତି ଙ୍କ ତତ୍ଵା ବଧାନରେ ପ୍ରଶିକ୍ଷଣ ନେଉଥିଲେ | ପ୍ରତି 3 ମାସରେ ଏହି ପ୍ରଶିକ୍ଷଣ ଶିବିର ର ଆୟୋଜନ କରାଯିବ ଓ ଯଥାଶୀଘ୍ର ପୁରୀ ସଦରର ବ୍ଲକ ର 30 ଟି ପଂଚାୟତ ଓ ପୁରୀ ଜିଲ୍ଲା ର 11 ଟି ବ୍ଲକ କୁ ଏଥିରେ ଅନ୍ତଭୁକ୍ତ କରାଯିବ ବୋଲି ଅଧ୍ୟାପକ ଶ୍ରୀ ମହାନ୍ତି ସୁଚନା ଦେଇଥିଲେ।ଏହି କାର୍ଯକ୍ରମ ରେ ଅଂଶଗ୍ରହଣ କରିଥିବା ଶିଶୁ ମାନଙ୍କର ବିଭିନ୍ନ ପ୍ରତିଭା କୁ ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ବିବେକାନନ୍ଦ କେନ୍ଦ୍ର, ଶ୍ରୀକ୍ଷେତ୍ର, ପୁରୀ, ଓ ବିବେକାନନ୍ଦ ଯୁବ କେନ୍ଦ୍ର, ଖଡ଼ିପଡ଼ା, ପୁରୀ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ପ୍ରାଧ୍ୟାପକ ଶ୍ରୀଯୁକ୍ତ ବିଶ୍ୱଜିତ ଦାଶ ସମ୍ପୂର୍ଣ ସାହାଯ୍ୟ କରିଥିଲେ ଓ ଖଡ଼ିପଡ଼ା ଗ୍ରାମବାସୀ ଙ୍କ ତରଫରୁ ସହଯୋଗ ମିଳିଥିଲା | ସର୍ବଶେଷ ରେ ଶାନ୍ତି ମନ୍ତ୍ର ପାଠ କରାଯାଇ ଶିବିର ଉଦଯାପନ କରାଯାଇଥିଲା |
Related Stories
November 24, 2024
November 24, 2024