ସରକାରଙ୍କ ନିଷ୍ପତି ଅନୁଯାୟୀ ପଛୁଆ ବର୍ଗ ଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ବିଷୟରେ ଜାଣିବା ପାଇଁ ତା ୦୧.୦୫.୨୦୨୩ ଠାରୁ ସର୍ଭେ ଚାଲୁଅଛି । ପ୍ରାୟତଃ ଅଙ୍ଗନବାଡି କର୍ମୀ ମାନେ ଘର ଘର ବୁଲି ସର୍ଭେ କାର୍ଯ୍ୟ କରୁଛନ୍ତି । ପୁରୀ ଜିଲ୍ଲାର ୧୧ ଗୋଟି ବ୍ଲକ ଓ ୪ ଗୋଟି ମୁନିସିପାଲି ଟି/ ଏନ.ଏ.ସି ରେ ୧୦୫୧ ଜଣ ଗଣନକାରୀ ଏଥିପାଇଁ ନିୟୋଜିତ ହୋଇଛନ୍ତି । ପୂର୍ବରୁ ୧୦୧୦ ଟି ସର୍ଭେ କେନ୍ଦ୍ରରେ ଏହା କରାଯାଉଥିବା ବେଳେ , ତା ୧୯.୦୫.୨୦୨୩ ଠାରୁ ଗଣନକାରୀ ମାନେ ଘର ଘର ବୁଲି ସର୍ଭେ କାର୍ଯ୍ୟ କରୁଛନ୍ତି । ଏହା ତା ୨୭.୦୫,୨୦୨୩ ପର୍ଯ୍ୟନ୍ତ ଚାଲୁ ରହିବ । ଅଦ୍ୟାବଧୂ ପ୍ରାୟ ୭୨ ଭାଗ ପଛୁଆ ବର୍ଗ ଲୋକ ମାନଙ୍କର ଗଣନା କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ସରିଅଛି । ଅନଲାଇନ ରେ ନାମ ପଞ୍ଜୀକରଣ କରିବା ପାଇଁ ମଧ୍ୟ ବ୍ୟବସ୍ଥା ଅଛି ।ପୁରୀ ଜିଲ୍ଲାରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶତ ପ୍ରତିଶତ ପଞ୍ଜୀକରଣ ନିମନ୍ତେ ଜନସାଧାରଣ ସହଯୋଗ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଉଛି ।
Related Stories
November 1, 2024