
ବ୍ରହ୍ମପୁର: ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପ ଜିଲ୍ଲାପାଳ ଶ୍ରୀ ଶିଦ୍ଦେ ଦତ୍ତାତ୍ରୟ ଭାଭସାହେବଙ୍କ ଅଧକ୍ଷତାରେ ଉପଖଣ୍ଡ ସ୍ତରୀୟ ରାସ୍ତାଘାଟ ନିରାପତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବ୍ରହ୍ମପୁର ମହାନଗର ନିଗମ ସମେତ ଉପଖଣ୍ଡର ସମସ୍ତ ବ୍ଲକର ରାସ୍ତାଘାଟ ମରାମତି କରିବା, ସୁରକ୍ଷିତ ଯାତ୍ରା ପାଇଁ ହେଲମେଟ୍ ବ୍ୟବହାର କରିବା, ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର କରିବା,ସିଟବେଲ୍ଟ ବ୍ୟବହାର ,ନିଶା ସେବନ କରିବା, ଟ୍ରାଫିକ ନିୟମ ମାନି ଗାଡିଚାଳନା, ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା l ସହରର ସମସ୍ତ ସ୍କୁଲ ଓ କଲେଜର ଅଧ୍ୟାପକ ,ପ୍ରଧାନ ଶିକ୍ଷକ ମାନଙ୍କୁ ଛାତ୍ରଛାତ୍ରୀ ସ୍କୁଲ କଲେଜ ଯିବା ଆସିବା ସମୟରେ ଟ୍ରାଫିକ ଓ ରାସ୍ତାର ନିୟମ ମାନି ଗାଡି ଚାଳନା କରିବାକୁ ଗୁରୁତ୍ୱ ଦେଇଥିଲେ l ଉକ୍ତ ବୈଠକରେ ଅତିରିକ୍ତ ଆର.ଟି.ଓ ସନାତନ ପଣ୍ଡା, ଏସଡିପିଓ ,ସମସ୍ତ ସ୍କୁଲ ଓ କଲେଜର ପ୍ରଧାନ ଶିକ୍ଷକ ,ଅଧକ୍ଷ ,ବସ ମଲିକ ସଂଘ ସଭାପତି,ସେକ୍ରେଟାରୀ ,ଅଟୋ ମାଲିକ ସଂଘ ,ଟ୍ରକ ମାଲିକ ସଂଘ ସଭାପତି,ସେକ୍ରେଟାରୀ ସମେତ ଉପଖଣ୍ଡର ସମସ୍ତ ପଦାଧିକାରି ଉପସ୍ଥିତ ଥିଲେ l