
ଭୁବନେଶ୍ୱର, ବାଲେଶ୍ୱର ଜିଲ୍ଲାରେ ଏକ ପରିତ୍ୟକ୍ତ ପଥର ଖାଦାନ ରେ ବୁଡି ଶିଶୁ ମୃତ୍ୟୁ ଘଟିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରବଳ ଉତେଜନା ପ୍ରକାଶ ପାଇଛି ।
ମିଳିଥିବା ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଧୋବଶିଳା ପଂଚାୟତ ଚଲଣାପାଳ ଗାଁରେ ଏହି ଅଘଟଣ ଘଟିଛି । ଗାଁ ନିକଟରେ ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲକୁ ଲାଗିଥିବା ପରିତ୍ୟକ୍ତ ପଥର ଖାଦାନରେ ଜମିଥିବା ପାଣିରେ ବୁଡି ଅଢେଇ ବର୍ଷର ଶିଶୁ ମୃତ ବରଣ କରିଛି। ମୃତକ ହେଲେ ତପନ ସିଂର ଅଢେଇ ବର୍ଷର ଅମିତ। ଗାଁ ରାସ୍ତାଟି ଖାଦାନକୁ ଲାଗିଥିବା ବେଳେ ଶିଶୁଟି ଖେଳୁଥିବା ବେଳେ ଅସାବଧାନତା କାରଣରୁ ଖାଦାନରେ ଖସି ପଡ଼ିଥିଲା।ଫଳରେ ତାଙ୍କୁ ଖୋଜାଖୋଜି କରିବା ପରେ ଖାଦାନରୁ ଉଦ୍ଧାର କରାଯିବା ବେଳକୁ ତାର ପ୍ରାଣବାୟୁ ଉଡି ଯାଇଥିଲା।ଶିଶୁଟିର ମୃତ୍ୟୁରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତେବେ ଖାଦାନ କରିବା ପରେ ଖାଲ ପୋତିବା ନିୟମ ଥିବାରୁ ଖାଦାନ ଲିଜଧାରୀ ଖାଦାନ ପରେ ଛାଡ଼ିଦେଇ ଯାଇଥିବାରୁ ବର୍ଷା ପାଣି ଜମି ଏବେ ମରଣ ଯନ୍ତା ପାଲଟିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ ମଧ୍ୟ ଏହି ଖାଦାନରେ ଜୀବନ ଯାଇଥିବା ସୂଚନା ମିଳିଛି। ତୁରନ୍ତ ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଖାଦାନ ପୋତିବାର ବ୍ୟବସ୍ଥା କରିବାକୁ ଦାବୀ ହୋଇଛି।