ଭୁବନେଶ୍ୱର, ନୂତନ ମନ୍ତ୍ରୀ ମାନଙ୍କର ଶପଥ ଗ୍ରହଣ କରିବା ପରେ ସେମାନଙ୍କୁ ଦିଆଯାଇଥିବା ଦାୟିତ୍ୱ ନେଇ ଘୋଷଣା କରାଯାଇଛି । ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ପ୍ରଦାନ କରାଯାଇଥିବା ବେଳେ ସୁଦାମ ମାରାଣ୍ଡିଙ୍କୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପ୍ରଦାନ କରାଯାଇଛି । ସେହିପରି ଶାରଦା ନାୟକଙ୍କୁ ଶ୍ରମ ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଛି ।
ବର୍ତମାନ ଯାଏ ଅର୍ଥ ମନ୍ତ୍ରୀ ଦାୟିତ୍ବ ସମ୍ଭାଳୁଥିବା ନିରଂଜନ ପୁଜାରୀଙ୍କ ଠାରୁ ଏହି ବିଭାଗ ନିଆଯାଇ ତାହା ବିକ୍ରମ ଆରୁଖଙ୍କୁ ପ୍ରଦାନ କରାଯାଇଛି । ନିରଂଜନ ପୁଜାରୀଙ୍କ ନିକଟରେ ଏବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ବିଭାଗ ରହିଛି।