ଭୁବନେଶ୍ୱର, ରାଜ୍ୟର ତିନି ଜଣ ନୂଆ ମନ୍ତ୍ରୀ ସୋମବାର ଶପଥ ନେଇଛନ୍ତି । ଅପରପକ୍ଷରେ ଏହାକୁ କଟାକ୍ଷ କରି ରାଜ୍ୟ ବିଜେପି ଏହାକୁ ନୂଆ ବୋତଲରେ ପୁରୁଣା ମଦ ଓ ଧର୍ମକୁ ଆଖି ଠାର ବୋଲି କହିଛି । ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ନୂଆ ମନ୍ତ୍ରୀ ପଦ ମିଳିଥିବା ନେତାମାନେ ଦକ୍ଷ ଏବଂ ବରିଷ୍ଠ ବୋଲି କହି ମନ୍ତ୍ରୀ ପଦ ଦିଆଗଲା । ଏମାନେ କଣ ଆଗରୁ ଦକ୍ଷ ନଥିଲେ କି ? ଆଗରୁ କାହିଁକି ବାହାର କରାଯାଇଥିଲା । ଏବେ ପୁଣି କାହିଁକି ମନ୍ତ୍ରୀ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ବିଜେପି ।
ମନ୍ତ୍ରୀ ବଦଳିଲେ ଶାସନ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । କାରଣ ଏଥିରେ କୌଣସି ନୂତନତ୍ୱ ନାହିଁ ।
କେତେ ଦିନ ଆଉ ଓଡ଼ିଶା ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଇବେ । ଯାହା କରୁଛନ୍ତି କେବଳ ଧର୍ମକୁ ଆଖି ଠାର ବୋଲି ସେ କହିଛନ୍ତି ।