
-
‘ମାଳତୀ ଦେବୀ ଆଶ୍ରମ’ ରାଷ୍ଟ୍ରର ଏକ ଶ୍ରଦ୍ଧାର କେନ୍ଦ୍ର, ଓଡ଼ିଆଙ୍କ ପାଇଁ ମୂଲ୍ୟବୋଧଯୁକ୍ତ ଓ ସମର୍ପିତ ରାଜନୀତିର ପ୍ରତ୍ୟକ୍ଷ ମନ୍ଦିର- ଧର୍ମେନ୍ଦ୍ର ପ୍ରଧାନ
-
‘ବାଜି ରାଉତ ଛାତ୍ରାବାସ’ ଓ ‘ମାଳତୀ ଦେବୀ ଆଶ୍ରମ’ର ବିକାଶ ପାଇଁ ସମସ୍ତେ ଦାୟିତ୍ୱ ନେବା
-
ବାଜି ରାଉତ ଛାତ୍ରବାସର ବିକାଶ ପାଇଁ ପୂର୍ବରୁ ନିଜ ସାଂସଦ ପାଣ୍ଠିରୁ ଆର୍ଥିକ ସହାୟତା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ
-
ଦୁଇ ସଂଗ୍ରାମୀଙ୍କ ପୁଣ୍ୟ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ କେନ୍ଦ୍ରମନ୍ତ୍ରୀ
-
ମାଳତୀ ଦେବୀ ଆଶ୍ରମର ଉନ୍ନତି ଓ ରକ୍ଷଣାବେକ୍ଷଣ ପାଇଁ କଲେ ଆଲୋଚନା
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆଶ୍ରମ’ ପରିସରରେ ଥିବା ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଓ ସ୍ୱର୍ଗତ ମାଳତୀ ଚୌଧୁରୀଙ୍କ ପୁଣ୍ୟ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଛାତ୍ରାବାସ ଓ ଆଶ୍ରମର ଉନ୍ନତି ଏବଂ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ମାଳତୀ ଦେବୀଙ୍କ ଦାୟାଦ ଓ ଆଶ୍ରମର ସଦସ୍ୟ ମାନଙ୍କ ସହ ମଧ୍ୟ ବିଚାରବିମର୍ଶ କରିଥିଲେ । ଏ ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଆଶ୍ରମ ଓ ବାଜି ରାଉତ ଛାତ୍ରାବାସ ହେଉଛି ରାଷ୍ଟ୍ରର ଏକ ଶ୍ରଦ୍ଧାର କେନ୍ଦ୍ର । ବିଶେଷ ଭାବରେ ଆମ ଓଡ଼ିଆଙ୍କ ପାଇଁ ମୂଲ୍ୟବୋଧଯୁକ୍ତ ରାଜନୀତି ଓ ସମର୍ପିତ ରାଜନୀତିର ପ୍ରତ୍ୟକ୍ଷ ମନ୍ଦିର । ଏହି ଆଶ୍ରମ ଓ ଛାତ୍ରାବାସ ଯେତିକି ବିକାଶ ହେବା କଥା ହୋଇନାହିଁ । ବାଜି ରାଉତ ଛାତ୍ରବାସ ପାଇଁ ସେ ନିଜ ସାଂସଦ ପାଣ୍ଠିରୁ ଆର୍ଥିକ ସହାୟତା ଦେଇଥିଲେ । ତେବେ ଦୁଇ ମହାନ ସଂଗ୍ରାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଛାତ୍ରାବାସ ସମେତ ମାଳତୀ ଦେବୀ ଆଶ୍ରମର ବିକାଶ ପାଇଁ ସମସ୍ତେ ଦାୟିତ୍ୱ ନେବା ଉଚିତ୍ ବୋଲି ସେ କହିଛନ୍ତି ।
ସେ କହିଥିଲେ ମାଳତୀ ଦେବୀ ଥିଲେ ନାରୀ ସଶକ୍ତିକରଣର ଅନ୍ୟତମ ପ୍ରତୀକ । ଦେଶର ସ୍ୱାଧୀନତା ସଂଗ୍ରାମରେ ଶିକ୍ଷା ଓ ନାରୀ ଶକ୍ତିକୁ ଯଥେଷ୍ଟ ଗୁରୁତ୍ୱ ଦେବା ସହ ସମାଜବାଦ, ଚାଷୀ ଓ ଭୂଦାନ ସହ ଅନେକ ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶା ପାଇଁ ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନବ୍ୟାପୀ ଅବଦାନ ଚିର ଆଦର୍ଶ ହୋଇ ରହିବ ବୋଲି ସେ କହିଛନ୍ତି ।