-
ତିନିରଥର” ପାଞ୍ଚ ଦଣ୍ଡା” ହଣା ଅନୁକୂଳ,
ଗତ ଭଉଁରୀ ତିଥିରେ ତିନିରଥର ଗୋଟିଏ ଗୋଟିଏ ନାହାକା ଅଖରେ ଚକ ଲାଗିହୋଇ ଚକ-ଅଖ ଡେରା ନୀତି ସମ୍ପନ୍ନ ହୋଇଥିଲା |ରଥ ନିର୍ମାଣର ୨୭ ତମ ଦିବସ ଶନିବାର ସୁଦ୍ଧା ତିନିରଥର ବାକି ୩୬ ଚକରେ ୧୮ ଟି ଅଖ ଲାଗି ହୋଇ ରଥ ଖଳାରେ ଡେରା ଯାଇଛି।
ଏଥି ସହିତ ତିନିରଥର” ପାଞ୍ଚ ଦଣ୍ଡା” ହଣା ଅନୁକୂଳ ପୂଜା ମୁଖ୍ୟ ମହାରଣା ମାନଙ୍କ ଦ୍ୱାରା ସମ୍ପନ୍ନ ହେବା ପରେ ତିନିରଥର ମହାରଣା ମାନେ ପାଞ୍ଚ ଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି ।
ନନ୍ଦିଘୋଷ ରଥର ଦୁଇଟି “ଗରଗରା “ର ଚଉପଟ କାର୍ଯ୍ୟ ଶେଷ ହୋଇଛି ।
ତାଳଧ୍ୱଜ ରଥ ଏବଂ ଦର୍ପଦଳନ ରଥର ଦୁଇଟି ଲେଖାଁଏ ଗରଗରା ର ଚଉପଟ କାର୍ଯ୍ୟ ଜାରୀ ରହିଛି । ଦର୍ପଦଳନ ରଥର ଦୁଇଟି ଚାରି ନାହାକା ର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥର ଦୁଇଟି ଲେଖାଁଏ ଚାରି ନାହାକର ନିର୍ମାଣ କାର୍ଯ୍ୟ ଜାରୀ ରହିଛି । ତିନିରଥର କରତି ସେବକ ମାନେ ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଜାରୀ ରଖିଛନ୍ତି ।
ତିନିରଥର ରୂପକାର ସେବକ ମାନେ ତିଖ ଗୁଜ ଏବଂ କୋଣ ଗୁଜ ଗୁଡିକରେ ରୂପ ଖୋଦେଇ ସହ ରୂପରେ ଅଳଙ୍କାର ତଥା ରୂପର ପଲିସ କାର୍ଯ୍ୟ ଜାରୀ ରଖିଛନ୍ତି।
ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥର ଦଣ୍ଡା ପାଇଁ ଦଣ୍ଡା ବିଡ଼ିଆ ଏବଂ ଚଉରସ କଣ୍ଟା ନିର୍ମାଣ ଜାରୀ ରଖି ଛନ୍ତି।