କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ପୁରୀରେ ଚଳାଚଳ କରୁଥିବା ଘରୋଇ ବସ୍ ଗୁଡିକ ଅଧିକ ଭଡା ନେଉ ଥିବାରୁ ନୂତନ କମିଶନର ଶ୍ରୀ ଅମିତାଭ ଠାକୁରଙ୍କୁ ଆଟା ପକ୍ଷରୁ ଟ୍ୱିଟ କରି ବସଯାତ୍ରୀ ଅସୁବିଧା ବିଷୟରେ ଅବଗତ କରାଯାଇଛି।
ନୂତନ ଦାୟିତ୍ୱ ଗ୍ରହଣ କରିବାର ଅଳ୍ପ ସମୟ ମଧ୍ୟରେ ବସଯାତ୍ରୀ ମାନଙ୍କ ମୌଳିକ ଏବଂ ମୁଖ୍ୟ ସମସ୍ୟା ଉପରେ ଗୁରୁତ୍ୱ ଦେଇ ନୂତନ କମିଶନର ଶ୍ରୀ ଅମିତାଭ ପଦକ୍ଷେପ ନେଇଛନ୍ତି।
କିନ୍ତୁ ଏହା ଏମ ଭି ଆକ୍ଟ 1988 ର କେଉଁ ସେକ୍ସନ ରେ ଜୋରିମାନା ଆଦାୟ କରାଯିବ ଓ ସାଧାରଣ ଲୋକଟିଏ କିପରି ଅଭିଯୋଗ କରିପାରିବେ ତାହା ସ୍ପଷ୍ଟ କରିଲେ ବସଯାତ୍ରୀ ମାନେ ଚିର ଉପକୃତ ହେବେ । ପୁରୀ ଜିଲ୍ଲା ଆରଟିଓ ଶ୍ରୀ ରବିନ ପଟ୍ଟନାୟକ ମହୋଦୟ ଏବଂ ଏଏମଭିଆଇ ଅମିତ ରଣା କହିଛନ୍ତି। ଯଦି ଆପଣଙ୍କ ଠାରୁ ଅଧିକ ପଇସା ନିଆଯାଉଛି, ତେବେ ଆମକୁ ନୁହେଁ ପୋଲିସରେ ଯାଇ ପ୍ରଥମେ ଅଭିଯୋଗ କରିବେ। ଅନ୍ୟ ଏକ ଘଟଣା ପୁରୀରୁ କୋଣାର୍କ ଯାଉଥିବା ବସ୍ ଗୁଡିକ ଅଧିକାଂଶ ପରମିଟ ନାହିଁ ଓ ସେମାନେ 34 କିଲୋମିଟର କୁ 50 ଟଙ୍କା ନେଇ ଟିକେଟ ମଧ୍ୟ ପ୍ରଦାନ କରୁନାହାନ୍ତି।
ଏହା ଉପରେ ଆରଟିଓ ପୁରୀ ଶ୍ରୀ ରବିନ ପଟ୍ଟନାୟକ ଙ୍କ ନୀରବତା ଆମ ମାନଙ୍କୁ ସ୍ୱଚ୍ଛ ସରକାର ପ୍ରତି ପ୍ରଶ୍ନ ବାଚି ସୃଷ୍ଟି କରୁଅଛି। ଏହା ଉପରେ ବିଶେଷ ଧ୍ୟାନ ଦେବାକୁ ଆଟା ପକ୍ଷରୁ ଅନୁରୋଧ କରାଯାଇଛି । ସାଧାରଣ ଗରିବ ବସଯାତ୍ରୀଙ୍କୁ ଉଚିତ ନ୍ୟାୟ ମିଳିପାରିବ ବୋଲି ଆଟା ନୂତନ କମିଶନର ଶ୍ରୀ ଅମିତାଭ ଠାକୁର ଙ୍କ ଉପରେ ଆଶା ବ୍ୟକ୍ତ କରିଅଛି ।
Related Stories
November 22, 2024