ଭୁବନେଶ୍ଵର, ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିଛି । ଆଜି ଦିନ ୧୧ଟା ୩୦ ସୁଦ୍ଧା ୧୦ଟି ସହରର ତାପମାତ୍ରା ୩୩ ଡ଼ିଗ୍ରୀ ଉପରେ ରହିଛି । ଭୁବନେଶ୍ଵରରେ ସର୍ବାଧିକ ୩୮.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି ।
ସେହିପରି ସମ୍ବଲପୁରରେ ୩୮.୪ ଡ଼ିଗ୍ରୀ, ଝାରସୁଗୁଡାରେ ୩୮.୨ ଡ଼ିଗ୍ରୀ, ହୀରାକୁଦରେ ୩୮ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭ ଡ଼ିଗ୍ରୀ, ବାଲେଶ୍ଵରରେ ୩୭ ଡ଼ିଗ୍ରୀ, କେନ୍ଦୁଝରରେ ୩୬.୬ ଡ଼ିଗ୍ରୀ, ପୁରୀରେ ୩୪.୮ ଡ଼ିଗ୍ରୀ, ପାରାଦୀପରେ ୩୩.୪ ଡ଼ିଗ୍ରୀ ଏବଂ ଗୋପାଳପୁରରେ ୩୩.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି ।