ସୁବର୍ଣ୍ଣପୁର,ଆଜି ଜଣେ ପଶୁଧନ ନିରୀକ୍ଷକଙ୍କ ବକେୟା ଦରମା ବିଲ କରିଦେବାକୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ ପଶୁଧନ ଅଧିକାରୀ ଗୋଲକ ବିହାରୀ ପୋଢ଼ ଦୁର୍ନୀତି ନିବାରଣ ବିଭାଗର ପ୍ରଲେପ ବୋଳା ପନ୍ଦର ହଜାର ଟଙ୍କା ନେଉଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ହାତରେ ଧରା ପଡିଛନ୍ତି। ପୂର୍ବରୁ ଏହି ଅଭିଯୋଗକାରୀଙ୍କ ଠାରୁ ୨୦ ହଜାର ଟଙ୍କା ନେଇଥିଲେ ସୁଦ୍ଧା କାମ ନକରି ଅଧିକ ଟଙ୍କା ମାଗିଥିଲେ। ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ଏଫ୍ ଆଇ ଆର କରି ଆଜି ଭିଜିଲାନ୍ସ ଦଳ ସମ୍ପୂର୍ଣ ଟଙ୍କା ତାଙ୍କ ଠାରୁ ଜବତ କରିବାସହ ସଂପୃକ୍ତ ଅଧିକାରୀଙ୍କ ଅନ୍ୟ ଦୁଇଟି ସ୍ଥାନରେ ଖାନତଲାସ କରୁଛନ୍ତି।
ସମ୍ବଲପୁର ଭିଜିଲାନ୍ସ ପୋଲିସ କେସ ନମ୍ବର ୧୨ ତାରିଖ ୨୦.୦୫.୨୦୨୩ ରେ ୭ ପି ସି ଏକ୍ଟ ( ସଂଶୋଧିତ) ୨୦୧୮ରେ ରୁଜୁ କରି ତଦନ୍ତ ଚାଲିଛି। ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।