ଭୁବନେଶ୍ୱର : ଭୁବନେଶ୍ବରସ୍ଥିତ ଇଡକଲ ଅଡିଟୋରିୟମରେ ସମର୍ପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଜାତୀୟ ସ୍ତରୀୟ ରକ୍ତଦାତା ଅନୁଷ୍ଠାନ ମାନଙ୍କର ଏକ ସମ୍ମିଳନୀ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ସମର୍ପିତ ଅନୁଷ୍ଠାନର ଉପଦେଷ୍ଟା ତଥା ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟଙ୍କ ପୌରହିତ୍ୟରେ ଆୟୋଜିତ ସମ୍ମିଳନୀରେ ଓଡିଶାର ଉଚ୍ଚଶିକ୍ଷା ଓ କୃଷି, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ମାନ୍ୟବର ମନ୍ତ୍ରୀ ଡ. ଅରୁଣ ସାହୁ, ସ୍କୁଲ ଓ ଗଣଶିକ୍ଷା ବିଭାଗ ମାନ୍ୟବର ମନ୍ତ୍ରୀ ସମୀର ରଂଜନ ଦାଶ, ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲଚନା ଦାସ, ମଧ୍ୟ-ଭୁବନେଶ୍ୱର ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା, ସମର୍ପିତର ସଂପାଦକ ସଦାଶିବ ଜେନା ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ମନ୍ତ୍ରୀ ଡ. ଅରୁଣ ସାହୁ ଓ ସମୀର ରଂଜନ ଦାସ ରକ୍ତଦାନର ବିଶେଷତ୍ୱ ସଂପର୍କରେ ଉଦ୍ବୋଧନ ଦେବା ସହିତ ବିଜୁ ଜନତା ଦଳ ଭଳି ରାଜନୈତିକ ଦଳ ‘ଜୀବନ ବିନ୍ଦୁ’ ମାଧ୍ୟମରେ ଓଡିଶାରେ ରକ୍ତଦାନର ବ୍ୟବସ୍ଥା ସଂପର୍କରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଓଡିଶା ଓ ୨୪ଟି ଅନ୍ୟ ରାଜ୍ୟରୁ ଆସିଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଅପରାହ୍ନ କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, କ୍ୟାପିଟାଲ ହସପିଟାଲ ବ୍ଲଡ ବ୍ୟାଙ୍କ୍ର ଅଫିସର ଡଃ ଦେବାଶିଷ ମିଶ୍ର, ରାଜ୍ୟ ବ୍ଲଡ ଟ୍ରାନ୍ସଫ୍ୟୁଜନ ର ସମନ୍ୱୟକାରୀ ସ୍ୱରୂପ ଦାସ ପ୍ରମୁଖ ଉପସ୍ଥିତ ରହି କିପରି ରାଜ୍ୟରେ ୧୦୦% ସ୍ୱେଚ୍ଛାକୃତ ରକ୍ତଦାନ ହୋଇପାରିବ ସେ ସଂପର୍କରେ ଆଲୋକପାତ କରିଥିବାବେଳେ ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ବିହାର, ଆସାମ, ପଶ୍ଚିମବଂଗ, ହରିୟାନା, ଜାମ୍ମୁ କାଶ୍ମୀର, ଗୋଆ, ଅରୁଣାଞ୍ଚଳ ପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡ ପ୍ରଭୃତି ମୋଟ ୨୪ଟି ରାଜ୍ୟର ରକ୍ତଦାତା ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏକ ଦିବସୀୟ ଏହି ଜାତୀୟ ସମ୍ମିଳନୀରେ ଇଂ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ମିଥୁନ ନାୟକ, ବିସ୍ମୟ ରାଉତ, ରଶ୍ମି ରଂଜନ, ଅମରଜିତ, ସଂଜୟ, ସୁରେଶ, ପ୍ରଦୀପ, ଦିବାକର, ସଂଜୟ ବେହେରା, ଶ୍ରୀଚନ୍ଦନ, ସୌମ୍ୟରଂଜନ, ତାପସ ରଂଜନ, ଆଦିତ୍ୟ, ବିଶ୍ୱଜିତ, ଶ୍ରୀକାନ୍ତ, ସତ୍ୟବ୍ରତ, ପ୍ରିୟା, ସୁମିତ୍ରା, ପ୍ରିୟଙ୍କା, ସୁଜାତା ଏବଂ ମାମାଲି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।