କୋଲକାତା, ହାଉଡ଼ାରୁ ପୁରୀ ଅଭିମୁଖେ ଯାଉଥିବା ସୁପରଫାଷ୍ଟ ଏକ୍ସପ୍ରେସ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛି । ଏହି ଟ୍ରେନ୍ ଟି ଶନିବାର ରାତିରେ ହାଉଡ଼ାରୁ ପୁରୀ ଆସୁଥିଲା । ପଶ୍ଚିମ ମେଦିନିପୁର ଜିଲ୍ଲାର ନେକୁଡ଼ସେନୀ ଷ୍ଟେସନରେ ପହଂଚିବା ପୂର୍ବରୁ ହଠାତ୍ ଟ୍ରେନ୍ ର ବଗି ଗୁଡିକ ପରସ୍ପର ଠାରୁ ଅଲଗା ହୋଇଯାଇଥିଲା ।
ରେଲୱେର ଜଣେ ଅଧିକାରୀ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଷ୍ଟେସନରେ ପ୍ରବେଶ କରିବା ପୂର୍ବରୁ କପଲିଙ୍ଗ ଖୋଲି ଯାଇଥିଲା । ଇଞ୍ଜିନ ସହିତ ମାତ୍ର ଦୁଇଟି ବଗି ଲାଗି ରହିଥିଲା । ଏବଂ ଏହି ଦୁଇଟି ବଗିକୁ ନେଇ ଟ୍ରେନ୍ ଆଗକୁ ବଢୁଥିଲା । ଟ୍ରେନ୍ ର ଅନ୍ୟ ବଗି ଗୁଡିକ ପଛରେ ଟ୍ରାକ୍ ଉପରେ ରହିଯାଇଥିଲା ।