ଗଂଜାମ, ଶେରଗଡ ଗ୍ରାମରେ ୨୫୦ ଘର ହରିଜନ ବାଲ୍ମୀକି ଦାସ କୂଳର ସଂପ୍ରଦାୟର ଲୋକ ବାସ କରନ୍ତି। ସେହି ସମାଜର ଲୋକ ମାନଙ୍କ ଭୋଜିଭାତ ଓ ପର୍ବ ପର୍ବାଣି ପାଇଁ ସାଂସଦ ପାଣ୍ଠିରୁ ଆଉ କିଛି ଗ୍ରାମପଞ୍ଚାୟତ ଅନୁଦାନରେ ନିର୍ମାଣ ହୋଇଛି କୋଠଘର। ଏହିପରି ଶେରଗଡ଼ର ବିଭିନ୍ନ କୁଳ ସମାଜର ଘର ତିଆରି ହୋଇଥିଲେ ମଧ୍ୟ ଶେରଗଡ଼ ସରପଞ୍ଚ କେବଳ ବାଉରୀ କୁଳ କୋଠଘରଟି ପଞ୍ଚାୟତକୁ ହସ୍ତାନ୍ତର କରିବା ପାଇଁ ଢେଙ୍ଗୁରା ଦେବାରୁ ତା ବିରୁଦ୍ଧରେ ବାଉରୀ କୁଳ ଲୋକମାନେ ସ୍ଥାନୀୟ ବିଡିଓ, ତହସିଲଦାର ଓ ଥାନା ଅଧିକାରୀଙ୍କୁ ସରପଞ୍ଚଙ୍କ ନିର୍ଦେଶ ବିରୁଦ୍ଧରେ ଦାବିପତ୍ର ପ୍ରଦାନ କରିଥିଲେ। ସରକାରୀ ଅଧିକାରୀ ମାନେ ବିହିତ ପଦକ୍ଷେପ ନେବାର ପ୍ରତିଶୃତି ଦେଇଥିଲେ।
ଏହି ଶୋଭାଯାତ୍ରାରେ ବାଲ୍ମୀକି ଦାସ ସମାଜର ଗଞ୍ଜାମ ଜିଲ୍ଲା ଉପସଭାପତି ମେଘନାଦ ଦାସ, ସାହି କମିଟିର ଡମ୍ବରୁ ଦାସ, ନାରାୟଣ ଦାସ, ପିତାମ୍ବର ଦାସ, ନରସିଂହ ଦାସ, ଜଗା ଦାସ, ଉଜ୍ଵଳ ଦାସଙ୍କ ସମେତ ୩ ଶହରୁ ଉର୍ଦ୍ଧ ମହିଳା ପୁରୁଷ ଯୋଗ ଦେଇଥିଲେ।