ଘଟଗାଁ, କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ହାତିନୋଟା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଗତକାଲି ରାତିରେ ଗାଁର ପ୍ରେମାନନ୍ଦ ନାଏକ ତାଙ୍କ ଘର ପାଖରେ ଥିବା ସଜନା ଗଛରେ ବେକରେ ଚୁନି ବାନ୍ଧି ଆତ୍ମହତ୍ୟା କରିଛନ୍ତି ।
ପ୍ରେମାନନ୍ଦ ପୋଲିସ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ । ତାଙ୍କର ୫-୬ ବର୍ଷ ପୂର୍ବେ ବିବାହ ହୋଇଥିବା ବେଳେ ତାଙ୍କର ୫ ବର୍ଷର ପୁଅଟିଏ ଅଛି ଏବଂ ଏବଂ ଦୁଇ ବର୍ଷର ଛୋଟ ଝିଅଟିଏ ମଧ୍ୟ ଅଛି । ତେବେ ଦୀର୍ଘଦିନ ହେବ ଘରକୁ ଆସିଥିବା ପ୍ରେମାନନ୍ଦ ଗତକାଲି ରାତି କାହିଁକି ଆତ୍ମହତ୍ୟା କଲେ ତାହା ଅଦ୍ୟାବଧି ଅସ୍ପଷ୍ଟ ରହିଛି । ଖବର ପାଇ ଘଟଗାଁ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରିବା ସହ ଏନେଇ ତଦନ୍ତ ଚଳାଇଛି।