ପୁରୀ ଜ଼ିଲ୍ଲା ପୁରୀ କୋଣାର୍କ ରୋଡ଼ ରେ ୧୪ ଜଣ ପାସେଞ୍ଜର ଙ୍କୁ ନେଇ ବିପଦ୍ଜନକ ଯାତ୍ରା ପୁଣି ଦ୍ରୁତ ଗତି ରେ ଯାତ୍ରା କରୁଥିବା ଏକ ଅଟୋ ଯାନ କୁ ପିଛା କରି ପୁରୀ ଆର ଟି ଓ ରବୀନ ପଟ୍ଟନାୟକ ଫାଇନ କରି ସିଜ କରିଛନ୍ତି l ଶ୍ରୀ ପଟ୍ଟନାୟକ ଏ ଅଞ୍ଚଳ କୁ ଅଚାନକ ପରିଦର୍ଶନ ରେ ଯାଉଥିବା ବେଳେ ବେନିୟମ ଭାବେ ଯାତ୍ରା କରୁଥିବା ଓ ଡି- ୧୩- ୦୮୧୭ ଅଟୋ କୁ ଅଟକାଇ ଯାଞ୍ଚ କରିଥିଲେ l ଗାଡି ର ଫିଟନେସ, ଇନସୁରାନସ, ପରମିଟ, ପଲ୍ୟୁସନ ସାର୍ଟିଫିକେଟ ସବୁ ଇନ ଭେଲିଡ଼ ଥିବା ଦେଖିବାକୁ ପାଇଥିଲେ ଏବଂ ୪ ଜଣ ପାସେଞ୍ଜର ଲିମିଟ ଥିବା ଗାଡି ରେ ଅତ୍ୟଧିକ ଲୋକ ଙ୍କୁ ନେଇ ଯାତ୍ରା କରୁଥିବା ଅଟୋ କୁ ୨୯,୫୦୦ ଟଙ୍କା ଜୋରିମାନା କରି ପେଣ୍ଠକଟା ମେରାଇନ ପୋଲିସ ଷ୍ଟେସନ ସହାୟତା ରେ ଏ ଗାଡି କୁ ସିଜ କରି ରଖି ଥିଲେ l ଆରଟିଓ ଶ୍ରୀ ପଟ୍ଟନାୟକ ଙ୍କ ଯୋଗୁଁ ପୁରୀ କୋଣାର୍କ ରୋଡ଼ ରେ ଓଭର ଲୋଡିଙ୍ଗ ଗାଡି ର ୧୪ ଜଣ ପାସେଞ୍ଜର ଙ୍କ ଜୀବନ ବଞ୍ଚି ଯାଇଥିବା ଖବର ବୁଦ୍ଧିଜୀବୀ ମହଲ ରେ ପ୍ରଶଂସା କରାଯାଇଛି l ଆଗାମୀ ଦିନ ରେ ଜ଼ିଲ୍ଲା ରେ ଦୁର୍ଘଟଣା ମୃତ୍ୟୁ ହାର ରୋକିବା ପାଇଁ ବିଭାଗ ର ସ୍ପେଶାଲ ଡ୍ରାଇଭ କାର୍ଯ୍ୟକ୍ରମ ଓ ଆରଟିଓ ଙ୍କ ଅଚାନକ ପରିଦର୍ଶନ କାର୍ଯ୍ୟକ୍ରମ ଜାରି ରହିବ ଓ ନିଶା ଗ୍ରସ୍ତ ଡ୍ରାଇଭର, ବେନିୟମ ଗାଡି ଚାଳନା ଉପରେ ଜୋରଦାର ଫାଇନ ଆଦାୟ କରାଯିବ ଏବଂ କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି l
Related Stories
November 24, 2024
November 24, 2024