ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ହିମାଂଶୁ ଶେଖର ମଲ୍ଲିକ ଏକ ହତ୍ୟା ମାମଲାର ବିଚାର କରି ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ତୁରେକେଲା ବ୍ଲକ ଝରଣୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲର୍କି ଗାଁର ମୁକେଶ ଛତ୍ରିଆଙ୍କୁ ହତ୍ୟା ଅଭିଯୋଗରେ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଗତ ୨୦୧୭ ମସିହାରେ ତୁରେକେଲା ଥାନା ଅନ୍ତର୍ଗତ ଲର୍କି ଗ୍ରାମର କେଦାର ମେହେରକୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିବା ମାମଲାରେ ହତ୍ୟାକାରୀ ମୁକେଶ ଛତ୍ରିଆକୁ ଗିରଫ କରାଯାଇଥିଲା । ଲର୍କି ଗାଁର ମୁକେଶ ଛତ୍ରିଆକୁ ତୁରେକେଲା ପୋଲିସ କେସ ନଂ ୩୯୫ /୨୦୧୭ ଅନୁସାରେ ମାଓବାଦୀ ନାଁରେ ଚାନ୍ଦା ଆଦାୟ ଧମକ ଦେବା ଓ ହତ୍ୟା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗୁରୁବାର ଦିନ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ ମୁକେଶକୁ ୩୦୨ ଦଫାରେ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଓ ୩୦୯ ଦଫାରେ ୧୦ ବର୍ଷ କାରଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ସଜା ଶୁଣାଇଛନ୍ତି । ଜରିମାନା ଟଙ୍କା ଦିଆ ନଗଲେ ସଜାର ପ୍ରାବଧାନ ଆଗକୁ ବଢି ପାରେ ବୋଲି ସରକାରୀ ଓକିଲ ପ୍ରମୋଦ ପାଣିଗ୍ରାହୀ କହିଛନ୍ତି।