
ଭୁବନେଶ୍ୱର, କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ନିକଟରେ ସରକାରୀ ଚଳନ୍ତା ବସ୍ରେ ଗୁଳି ଫୁଟିବା ଘଟଣାର ବୈପାରୀଗୁଡା ପୋଲିସର ତଦନ୍ତ ଜାରି ରହିଛି । କୋରାପୁଟ ସାଇଣ୍ଟିଫିକ ଟିମ୍ ଏବଂ ବମ୍ ସ୍କାର୍ଡ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । କାଲି ରାତିରେ ବୈପାରୀଗୁଡା ଥାନାଠାରୁ ମାତ୍ର ଶହେ ମିଟର ଦୂରରେ ଏହି ଘଟଣା ଘଟିଥିଲା ।
ଘଟଣାସ୍ଥଳରେ କୋରାପୁଟ ଏସପି ଅଭିନବ ଶଙ୍କର ଏବଂ ଜୟପୁର ଏସଡିପିଓ ପହଞ୍ଚି ବସ୍ ଷ୍ଟାଫ ଏବଂ ଯାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଚିତ୍ରକୋଣ୍ଡାଠାରୁ ବ୍ରହ୍ମପୁର ଯାଇଥିବା ଓଏସଆରଟିସି ଚଳନ୍ତା ବସ୍ରେ ଗୁଳି ଫୁଟିଥିବା ବେଳେ କୌଣସି ଯାତ୍ରୀଙ୍କ ଦେହରେ ଗୁଳି ବାଜିନାହିଁ । ବସ୍ର ଝରକା ଗ୍ଲାସ୍ରେ ଗୁଳି ବାଜିଥିବା ଚିହ୍ନ ରହିଛି । କିନ୍ତୁ ଗୁଳି କିଏ ଫୁଟାଇଛି ଏବଂ ଗୁଳି କାହିଁକି ଫୁଟିଛି କାରଣ ଅସ୍ପଷ୍ଟ ରହିଛି । ବସ୍ରେ ଥିବା ସମସ୍ତ ଯାତ୍ରୀଙ୍କୁ ବୈପାରୀଗୁଡାରେ ରାତି ତମାମ ଅଟକ ରଖାଯାଇଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଏବଂ ବମ୍ ସ୍କାଡ୍ ତଦନ୍ତ ଆରମ୍ଭ କରିଛି କ୍ଷ