
ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ବରିଷ୍ଠ ନେତା ରତନଲାଲ କଟାରିୟାଙ୍କ ବିୟୋଗରେ ଦୁଃଖ ବ୍ୟକ୍ତ କରିଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ ବିଜେପି ପରିବାରର ବରିଷ୍ଠ ନେତା ରତନ ଲାଲ କଟାରିୟାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ହରିଆଣାରେ ବିଜେପିର ବିସ୍ତାର, ସାମାଜିକ ନ୍ୟାୟ ଓ ଜନସ୍ୱାର୍ଥ ପ୍ରୟାସକୁ ଶକ୍ତିଶାଳୀ କରିବାକୁ ସେ ଆଜୀବନ ଚେଷ୍ଟିତ ଥିଲେ । ତାଙ୍କର ବିୟୋଗ ବିଜେପି ପରିବାର ପାଇଁ ଅପୂରଣୀୟ କ୍ଷତି । ଏହି ଶୋକ ସମୟରେ ତାଙ୍କ ପରିବାର ବର୍ଗକୁ ସମବେଦନା ଜଣାଉଛି ।