
ଗଞ୍ଜାମ, ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ଗୋଷାମଣି ଠାକୁରାଣୀ ଯାତ୍ରା ଗତକାଲି ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି । ମାଙ୍କ ଘଟକୁ ତେଲୁଗୁ ସମ୍ପ୍ରଦାୟର ମହିଳା ମାନେ ମୁଣ୍ଡରେ ମୁଣ୍ଡେଇ ନଗର ପରିକ୍ରମା କରି ବାପଘରୁ ନେଇ ଠାକୁରାଣୀ ମନ୍ଦିରରେ ଛାଡି ଆସିଛନ୍ତି । ମା ଗୋଷାମଣି ୧୦ ଦିନ ବାପଘରେ ରହି ଆଜି ପ୍ରତ୍ୟୁଷରେ ନିଜ ମନ୍ଦିରକୁ ଫେରିଛନ୍ତି ।
ଯାତ୍ରାର ଅନ୍ତିମ ଦିବସ ହେତୁ ଗତକାଲି ଯାତ୍ରା ଦେଖିବାକୁ ତଥା ମେଢ଼, କଳାକୁଞ୍ଜ ଏବଂ ମେଲୋଡ଼ି ଦେଖିବାକୁ ଓ ଯାତ୍ରାର ମଜା ନେବାକୁ ଏଠାରେ ପ୍ରବଳ ଜନସମାଗମ ହୋଇଥିଲା । ପ୍ରତ୍ୟେକ ସାହିରେ ଯାତ୍ରାକୁ ଆସିଥିବା ବିଭିନ୍ନ ପୁରପଲ୍ଲୀର ଜନସାଧାରଣଙ୍କୁ ସାଇ କମିଟି ମାନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ହାଲୁଆ, ଚିକେନ୍ ବିରିୟାନି ଏବଂ ସ୍ଵାଦିଷ୍ଟ ବ୍ୟଞ୍ଜନ ବିତରଣ କରାଯାଇଥିଲା । ଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇଥିବାରୁ କୁକୁଡ଼ାଖଣ୍ଡି ଜନସାଧାରଣଙ୍କ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।