ଖୋର୍ଦ୍ଧା,ଆଜି ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ରାଜ୍ୟରେ ପାସ ହାର ଶତକଡା ୯୬.୪୦ ପ୍ରତିଶତ ହୋଇଛି।ତେବେ ଖୋର୍ଦ୍ଧା ଜିଲ୍ଲାରେ ପାସ ହାର ଶତକଡା ୯୭.୪୮ ପ୍ରତିଶତ ରହିଥିବା ବେଳେ ପାସ ହାରରେ ପ୍ରଥମ ସ୍ଥାନରେ କଟକ ଓ ଜଗତସିଂହପୁର ରହିଛି। ସେହିପରି ରାଜ୍ୟରେ ପାସ ହାରରେ ଖୋର୍ଦ୍ଧା ଜିଲ୍ଲା ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଜଣାପଡିଛି। ଖୋର୍ଦ୍ଧା ଜିଲ୍ଲାର ସମୁଦାୟ ୩୩୩ ଗୋଟି ହାଇସ୍କୁଲରେ ୨୬,୩୮୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ ଫର୍ମ ଫିଲଅପ କରିଥିବା ବେଳେ ୩୦୨ ଜଣ ଅନୁପସ୍ଥିତ ଥିଲେ। ସେହିପରି ଜିଲ୍ଲାରେ ମାଲ ପ୍ରାକ୍ଟିସରେ ୯ ଜଣ ପରୀକ୍ଷାର୍ଥୀ ବୁକ ହୋଇଥିବା ବେଳେ ଏ-୧ ଗ୍ରେଡ଼ରେ ୨୮୮, ଏ-୨ ଗ୍ରେଡ଼ରେ ୧୪୬୨ , ବି-୧ ଗ୍ରେଡ଼ରେ ୩୩୯୯ ଏବଂ ବି-୨ ଗ୍ରେଡ଼ରେ ୫୬୦୦ ଜଣ ପରୀକ୍ଷାର୍ଥୀ ପାସ କରିଥିବା ଜଣାପଡିଛି।
ତେବେ ଖୋର୍ଦ୍ଧା ଜିଲ୍ଲା ମାଟ୍ରିକ ପରୀକ୍ଷାରେ ସମୁଦାୟ ୧୩,୧୮୪ ଜଣ ଛାତ୍ର ଏବଂ ୧୨୫୩୦ ଜଣ ଛାତ୍ରୀ ପାସ ହୋଇଥିବା ଜଣାପଡିଛି।