କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧକ୍ଷତାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସଭାଗୃହରେ ରଥଯାତ୍ରା-୨୦୨୩ ସମ୍ବନ୍ଧୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଜିଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିବରଣୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁଜାତା ମିଶ୍ର ବୈଠକରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ I ଯୋଜନା ମୁତାବକ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୨୭ଟି ଆଶୁ ଚିକିତ୍ସା କେନ୍ଦ୍ର, ୩୦ଗୋଟି ଆମ୍ବୁଲାନ୍ସ, ୧୩୨ଗୋଟି ସ୍ୱତନ୍ତ୍ର ଚିକିତ୍ସା ବେଡ଼, ୧୦ ଶଯ୍ୟା ବିଶିଷ୍ଟ ଅଂଶୁଘାତ କକ୍ଷ, ଖାଦ୍ୟ ସୁରକ୍ଷା ଯାଞ୍ଚ ପାଇଁ ୨ଗୋଟି ଦଳ ନିୟୋଜିତ ହେବା ସହିତ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ଜିଲ୍ଲା ବଡ ଡାକ୍ତରଖାନାରେ ୨୫ ଗୋଟି ବେଡ଼ ସହିତ ଅମ୍ଳଜାନ ସଂଯୋଗ କରାଯାଇ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରାଯାଇଅଛି, ଓଟି ସହିତ ଆଇ.ସି.ୟୁ କୁ ପ୍ରସ୍ତୁତ କରାଯାଇଅଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଖାଦ୍ୟ ସୁରକ୍ଷା ଏବଂ ପିଇବା ପାଣି ବ୍ୟବସ୍ଥା ଯାଞ୍ଚକୁ କଡାକଡି କରାଯାଇଅଛି ଯେପରିକି ରଥଯାତ୍ରା ସମୟରେ କୌଣସି ମହାମାରୀ ନହୁଏ । ବିଭାଗର ସଚିବ ଶ୍ରୀମତୀ ପଣ୍ଡିତ ରଥଯାତ୍ରା ସମୟରେ ଜିଲ୍ଲାରେ ଡାକ୍ତର ଏବଂ ପାରାମେଡିକସଙ୍କ ଅଭାବ ଯେପରି ନହୁଏ ସେଥିପ୍ରତି ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶକଙ୍କୁ ପରାମର୍ଶ ଦେଇଥିଲେ । କୋଭିଡ ପରୀକ୍ଷା କରେଇବା ପାଇଁ ସେ ଗୁରୁତ୍ୱ ଦେଇଥିଲେ I ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ଗୋଟି ୧୦୮ ଆମ୍ବୁଲାନ୍ସ ରଥଯାତ୍ରା ସମୟରେ ପୁରୀକୁ ପଠାଯିବା ପାଇଁ ନିର୍ଦେଶ ଦେଇଥିଲେ । ଆହୁରି ମଧ୍ୟ ଆବଶ୍ୟକୀୟ ପରିମାଣର ଔଷଧ ଏବଂ ଡାକ୍ତରଖାନା ଉପକରଣ ଓ ଯନ୍ତ୍ରପାତି ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ମହଜୁଦ ରଖିବା ପାଇଁ ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଆବଶ୍ୟକୀୟ ପରିମାଣରେ ଯାତାୟାତ ପାସ ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦିଆଯିବା ପାଇଁ ନିର୍ଦେଶ ଦେଇଛନ୍ତି । ଏହି ବୈଠକରେ ରାଜ୍ୟ ଔଷଧ ନିଗମ ପରିଚାଳନା ନିର୍ଦେଶିକା ଡା. ପୋମା ଟୁଡୁ, ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶକ ଡା. ବିଜୟ ମହାପାତ୍ର ଏବଂ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ନିର୍ଦେଶକଙ୍କ ସହିତ ପୁରୀ ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, , ଶ୍ରୀ ଜଗନ୍ନାଥ ମେଡିକାଲ କଲେଜର ଡିନ ଡାକ୍ତର ମାୟା ପାଢ଼ୀ, ଡାକ୍ତର ବିରଜା ଶଙ୍କର ରଥ , ଡାକ୍ତର ନିମେଇ ଚରଣ ଜେନା, ଡାକ୍ତର ଲଲାଟେନ୍ଦୁ ମିଶ୍ର ଏବଂ ଡି.ପି.ଏମ ଟି. ନାରାୟଣ ରାଓ ପ୍ରମୁଖ ଉପସ୍ଥିତ ଥିଲେ I
Related Stories
November 23, 2024
November 23, 2024
November 23, 2024