ଭୁବନେଶ୍ୱର, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ପୂର୍ବତନ ସହକାରୀ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ଚଢ଼ାଉରେ ଓଡ଼ିଶା ଭିଜିଲାନ୍ସର ୫ ଜଣ ଡିଏସ୍ପି, ୧୨ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ୍ ରହିଛନ୍ତି । ଖୋର୍ଦ୍ଧା, ଡେଙ୍କାନାଳ ଓ ମୟୂରଭଞ୍ଜ ଜଲ୍ଲାରେ ଥିବା ଅଧିକାରୀଙ୍କ ୭ଟି ସ୍ଥାନରେ ଏକକାଳୀନ ଏହି ଚଢ଼ାଉ ଆରମ୍ଭ ହୋଇଥିବା ସୂଚନା ଦିଆଯାଇଛି । ଢେଙ୍କାନାଳର ସ୍ୱତନ୍ତ୍ର ଜଜ ଭିଜିଲାନ୍ସଙ୍କ ଜାରୀ ସର୍ଚ ୱାରେଂଟ ବଳରେ ଏହି ଚଢାଉ କରାଯାଉଛି ।
ଯେଉଁ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହେଉଛି ସେସବୁ ହେଲା ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଶ୍ରୀବିହାରରେ ଥିବା ତାଙ୍କ ବାସଘର, ପଟିଆସ୍ଥିତ କେ-ପ୍ଲାଜାର ଷଷ୍ଠ ମହଲାରେ ଥିବା ୬୦୧ ନମ୍ବର ଫ୍ଲାଟ୍, ଚନ୍ଦ୍ରଶେଖରପୁରରେ ଥିବା ହାଉସିଂ ବୋର୍ଡ ଘର, ଗଞ୍ଜାମ ଭଞ୍ଜନଗରରେ ଥିବା ତାଙ୍କର ଏକ ଭଡ଼ା ଘର, ସେହି ଗଞ୍ଜାମରେ ଥିବା ସଞ୍ଜୟଙ୍କ ଅଫିସ୍ ରୁମ୍, ମୟୂରଭଞ୍ଜରେ ଥିବା ତାଙ୍କ ଗାଆଁ ଘର ଏବଂ ଭୁବନେଶ୍ୱର ନହରକଣ୍ଟାର ଏକ ସ୍ଥାନ