-
ଯୌତୁକ ନିର୍ଯାତନା ଓ ମାରପିଟ ନେଇ ଅଭିଯୋଗ
ଭୁବନେଶ୍ୱର, ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ନାଁରେ ତାଙ୍କ ବୋହୁ ଏତଲା ଦେଇଛନ୍ତି । ତାଙ୍କ ବୋହୁ ଶଶିଭୂଷଣ, ତାଙ୍କ ପୁଅ ଓ ପତ୍ନୀଙ୍କ ନାଁରେ ବାଙ୍କୀ ଥାନାରେ ଏତଲା ଦେଇଥିବା ଜଣା ପଡିଛି । ଯୌତୁକ ନିର୍ଯାତନା ଓ ମାରପିଟ ନେଇ ଏତଲାରେ ଉଲ୍ଲେଖ ଥିବା ଜଣା ପଡିଛି ।
ସେ ବାହାଘର ପରେ ଶାଶୁଘର ଲୋକେ ୪୦ ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗ କରିଛନ୍ତି । ଶଶିଭୂଷଣଙ୍କ ପୁଅ ୪୦ ଲକ୍ଷ ମାଗି ମାରପିଟ କରୁଥିବା ଅଭିଯୋଗ କରିଛନ୍ତି । ୪୦ ଲକ୍ଷ ଦାବିରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଏତଲାରେ କୁହାଯାଇଛି ।
ଏନେଇ ଶ୍ବଶୁର ଶଶିଭୂଷଣଙ୍କୁ କହିବାରୁ ସେ ଗାଳିଗୁଲଜ କରିଥିବା କୁହାଯାଉଛି । ବୋହୂଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଛି ବାଙ୍କୀ ଥାନା ପୋଲିସ ।