ବଲାଙ୍ଗିର, ବଲାଙ୍ଗିର ଜ଼ିଲ୍ଲା ଭାରତୀୟ ଜନତା ପାର୍ଟିର ଅନୁସୂଚିତ ଜାତି (ଏସିସି ) ମୋର୍ଚାର ପ୍ରଥମ ଜ଼ିଲ୍ଲା କାର୍ଯ୍ୟକାରିଣୀ ବୈଠକ ୧୫ ତାରିଖ ଦିନ ବଲାଙ୍ଗିର ସ୍ଥିତ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି (ଏସିସି) ମୋର୍ଚାର ଜ଼ିଲ୍ଲା ସଭାପତି ଦଶମୁ ସୁନାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀରେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂ ଦେଓ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକାରିଣୀକୁ ଉଦ୍ଘାଟନ କରିବା ସହ କେନ୍ଦ୍ର ସରକାର ଦଳିତ ମାନଙ୍କ ନିମନ୍ତେ କିପରି ବିଭିନ୍ନ ଯୋଜନା କରାଯିବ ସେହି ବିକାଶ ଦିଗରେ ମୋଦି ସରକାରରେ ୯ ଜଣ ଦଳିତଙ୍କୁ ମନ୍ତ୍ରୀ ରୂପେ ଦାୟିତ୍ଵ ଦିଆଯାଇଛି ବୋଲି ମତବ୍ୟକ୍ତ କରିଥିଲେ ।
ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ମହିଳା ମୋର୍ଚ୍ଚାର ଜ଼ିଲ୍ଲା ସଭାପତି ପଙ୍କଜିନୀ ପଣ୍ଡା, କୃଷକ ମୋର୍ଚ୍ଚାର ଜ଼ିଲ୍ଲା ସଭାପତି ମାଧବ ସାଏ, ଜ଼ିଲ୍ଲା ପରିଷଦ ସଭ୍ୟ ଶିବଦତ୍ତ ମିଶ୍ର, ମହିଳା ନେତ୍ରୀ ଆରତୀ ଗୁରୁ, ଧୂବଲେଶ୍ଵର ଲୁହା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକାରିଣୀର ଉଦ୍ଦେଶ୍ୟ, ଦଳିତ ବିକାଶ,୨୪ ବର୍ଷ ବିଜୁ ଜନତା ଦଳ ସରକାରରେ ହରିଜନ ଓ ଆଦିବାସୀ ପ୍ରତି ଅବହେଳା ସହ ଜ଼ିଲ୍ଲାରେ ଦାଦନ ସମସ୍ୟା ଉପରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜ଼ିଲ୍ଲାର ୧୪ ଗୋଟି ବ୍ଲକ ଓ ପୌରପାଳିକାର ଉକ୍ତ ମୋର୍ଚାର କର୍ମକର୍ତା ମାନେ ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକାରିଣୀରେ ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କର ଜନହିତକର ଯୋଜନା ଗୁଡିକ ପ୍ରତ୍ଯକ ପରିବାର ପାଖକୁ ଉକ୍ତ ମୋର୍ଚା ତରଫରୁ ପହଁଚିଵା ଉପରେ ନିଷ୍ପତି ଗ୍ରହଣ କରାଯାଇଥିଲା । ବଲାଙ୍ଗିର ଜ଼ିଲ୍ଲା ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରାଙ୍କ ସଂଯୋଜନାରେ ଦୀନେଶ ଶର୍ମା, ସଂଜୁ ନାୟକ, ସୌଦାମିନୀ ମିଶ୍ର ଗୁଳାପି ତରିଆ, ରାଜକୁମାର କଲେତ, ଘନଶ୍ୟାମ ନନ୍ଦ. ନବୀନ ନନ୍ଦ, ରଶ୍ମି ରେଖା ଦାନୀ ପ୍ରମୁଖ ସହଯୋଗ କରିଥିଲେ । ଏସସି ମୋର୍ଚାର ଜ଼ିଲ୍ଲା ସାଧାରଣ ସମ୍ପାଦକ ପ୍ରେମାନନ୍ଦ ବାଗ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।