ମାଲକାନଗିରି, ମାଲକାନଗିରି ଜିଲ୍ଲାର ୧୧୧ ପଞ୍ଚାୟତ ଥିବାବେଳେ କେବଳ ମାଲକାନଗିରି ବ୍ଲକର ୧୯ ଟି ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ନିମନ୍ତେ ସର୍ବେକ୍ଷଣ ଆରମ୍ଭ ହୋଇଥିବା ସୂଚନା ମିଳିଛି।
ଅନେକ ବୃଦ୍ଧ (ବୟୋଜ୍ୟେଷ୍ଠ)ବ୍ୟକ୍ତି ମାନେ ନିଜ ଭତ୍ତା ନେବା ନିମନ୍ତେ ପଞ୍ଚାୟତକୁ ଆସିପାରୁ ନଥିବା ଜାଣିପାରି ଜିଲ୍ଲା ପ୍ରଶାସନ ସେମାନଙ୍କ ଭତ୍ତା ବ୍ୟାଙ୍କ୍ ଓ ପୋଷ୍ଟ ଅଫିସ ସହ ସଂଯୋଗ କରିଥିଲେ। କିନ୍ତୁ, ଏଥିରେ ମଧ୍ୟ କିଛି ଅସୁବିଧା ଦେଖା ଦେଇଥିଲା। ଏଣୁ ସେମାନଙ୍କ ପୁନଃ ମତ ସଂଗ୍ରହ ଓ ନୂତନ ବ୍ୟକ୍ତି ଚୟନ ନିମନ୍ତେ ବିଡ଼ିଓ ଅଜୟ କୁମାର ପ୍ରଧାନ ଓ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସହ ୫୭ ଜଣ ୧୫/୧୬/୧୭ ମଇ ୨୦୨୩ ତିନିଦିନ ଧରି ୧୨୪ଟି ରାଜସ୍ବ ଗ୍ରାମ ଓ ସମସ୍ତ ହମଲେଟ୍ ଗ୍ରାମକୁ ଯାଇଛନ୍ତି। ୧୨୨୯୨ ଜଣ ହିତାଧିକାରୀ ଏହି ସର୍ବେକ୍ଷଣରେ ଭାଗନେଇଥିବା ଜଣାପଡିଛି।
ଏହି ବ୍ୟବସ୍ଥାରେ ନୂତନ ବ୍ୟକ୍ତି ଚୟନ, ଆଧାର ନଥିବା ବ୍ୟକ୍ତି, ଆଧାର କାର୍ଡ ରହିଛି କିନ୍ତୁ ଅପଡେଟ ହୋଇପାରୁନାହିଁ, ଗ୍ରାମରେ ନେଟୱାର୍କର ସମସ୍ୟା ପ୍ରଭୃତି ସର୍ବେକ୍ଷଣ କାର୍ଯ୍ୟ ଚାଲିଛି।