ମାଲକାନଗିରି, ମାଲକାନଗିରି ଜିଲ୍ଲାର ପଡିଆ, ପୋଟେରୁ, କାଲିମେଳା, ଏମଭି -୭୯, କୋରୁକୋଣ୍ଡା, ଚିତ୍ରକୋଣ୍ଡା, ବାଲିମେଳା, ମାଥିଲି, ଏମଭି -୭୨ ଓ ମାଲକାନଗିରି ଠାରେ ଥିବା ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦଦୋକାନ ଗୁଡିକରେ ଗ୍ରାହକ ମାନଙ୍କୁ ଚଢ଼ା ଦରରେ ମଦ ବିକ୍ରୀ କରାଯାଇ ଶୋଷଣ କରାଯାଉଥିବା ଅଭିଯୋଗ ହେଉଛି। ଧାର୍ଯ୍ୟ ଦରଠାରୁ ଅଧିକ ଦରରେ ବିଦେଶୀ ମଦ ବିକ୍ରି ହେଉଥିବା ବେଳେ ଖୋଲା ଖୋଲି ଖାଉଟି ଆଇନର ଉଲଂଘନ ହେଉଥିବା ଅଭିଯୋଗ ହୋଇଛି । ଏଠାରେ ଧାର୍ଯ୍ୟ ଦର ଠାରୁ ଅଧିକ ଦରରେ ବିକ୍ରି ହେଉଛି ବିଦେଶୀ ମଦ। ସରକାରଙ୍କ ପ୍ରଣୟନ ଖାଉଟି ଆଇନ ଅନୁଯାୟୀ କୌଣସି ସାମଗ୍ରୀ ସେଥିରେ ଲେଖା ଥିବା ଦର ଠାରୁ ଅଧିକ ଦରରେ ଦୋକାନୀ ବିକ୍ରି କରିପାରିବେ ନାହିଁ । ତେବେ ଏହି ନିୟମକୁ ଫୁ କରି ଉଡାଇ ଦେଉଛନ୍ତି ବିଦେଶୀ ମଦ ଦୋକାନୀ । ଏହି ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରେ ଯେଉଁ ମଦର ଧାର୍ଯ୍ୟ ଦର ୧୫୦ ଟଙ୍କା ରହିଛି, ସେଠାରେ ଲୋକଙ୍କ ଠାରୁ ୧୭୦ ଟଙ୍କା ନିଆଯାଉଛି। ଧାର୍ଯ୍ୟ ଦର ଠାରୁ ୨୦ ଏପରିକି ୪୦ ଟଙ୍କା ଅଧିକ ନିଆଯାଉଥିବା ବେଳେ ଏହାକୁ ବିରୋଧ କଲେ ଦୋକାନୀମାନେ ଲୋକଙ୍କୁ କୁଲିଙ୍ଗ ଚାର୍ଜ, ଇଚ୍ଛା ହେଲେ ନିଅ ନ ହେଲେ ନାହିଁ କହୁଥିବା ଦେଖିବାକୁ ମିଳୁଛି । ଏହାସହ ମଦ ଦୋକାନର ମାଲିକ ଅଧିକ ଦର ନେବା ପାଇଁ କହୁଛନ୍ତି ବୋଲି ମଧ୍ୟ ଦୋକାନରେ କାର୍ଯ୍ୟରତ ବ୍ୟକ୍ତି ମାନେ କହିବା ସହ ଦର ଅଧିକ ନ ଦେଲେ ସାମଗ୍ରୀ ଦେଉନଥିବା ଅଭିଯୋଗ ହୋଇଛି। ଏ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଲୋକେ ମଦ ଯେତେ ଚଢା ଦର ହେଲେ ମଧ୍ୟ ଅନ୍ୟ କୌଣସି ଉପାୟ ନପାଇ ବାଧ୍ୟ ହୋଇ କିଣୁଛନ୍ତି । ମଦ ଦୋକାନୀଙ୍କ ଏପରି ଆଇନ ଉଲଂଘନ କାର୍ଯ୍ୟ ତାଙ୍କ ପକେଟକୁ ଅଧିକ କଳାଧନ ଯୋଗାଉ ଥିବା ଚର୍ଚ୍ଚା ହେଉଛି। ଏଥିପ୍ରତି କିପରି ସ୍ଥାନୀୟ ଅବକାରୀ ବିଭାଗ ଦୃଷ୍ଟି ଦେଉନି ତାକୁ ନେଇ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗ୍ରାହକ ଏ ନେଇ ବିଲ୍ ମାଗିଲେ ଦୋକାନୀ ଦେଉନଥିବା ଏବଂ ଦୋକାନ ସମ୍ମୁଖରେ ମଦ ଦର ଚାର୍ଟ ଲଗାଇବାର ନିୟମ ଥିବା ବେଳେ ତାହା କରୁନଥିବା ଅଭିଯୋଗ ହେଉଛି। ଅବକାରୀ ବିଭାଗ ପକ୍ଷରୁ ଏହାର ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।
Related Stories
November 24, 2024
November 24, 2024