କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ପୁରୀ ଭୁବନେଶ୍ବର ଜାତୀୟ ରାଜପଥ ମାଳତୀପାଟପୁର ପାଖରେ ଅତ୍ୟନ୍ତ ଖରାପ ଥିଲେ ମଧ୍ୟ ଏହା ବର୍ଷ ବର୍ଷ ଧରି ସ୍ଥାୟୀ ମରାମତି କରାଯାଉନାହିଁ । ଏହି ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ହେଲେ ମଧ୍ୟ ଏନଏଚଏ ଆଇ କୌଣସି ପଦକ୍ଷେପ ନେଉନାହିଁ। ଏହି ରାସ୍ତା ସାଧାରଣତଃ ଦୁଇ ଚକିଆ ଯାନ ଚଳାଉଥିବା ବ୍ୟକ୍ତିଙ୍କ ପାଇଁ ମରଣ ଯନ୍ତା ସଦୃଶ ହେଇଛି । ଆଗକୁ ରଥଯାତ୍ରା ଆସୁଛି ଲକ୍ଷ ଲକ୍ଷ ଗାଡ଼ି ଏହି ରାସ୍ତା ଦେଇ ଗମନା ଗମନ କରିବ ଯଦି ଏବେ ଠାରୁ ଏତେ ଦୁର୍ଘଟଣା ହେଉଛି ତେବେ ସେ ସମୟ ରେ ଏହି ଦୁର୍ଘଟଣା ସଂଖ୍ୟା ଆହୁରି ବଢିବା ର ଆଶଙ୍କା ଅଛି । ଏଥର ମରାମତି କାର୍ଯ୍ୟ ଚାଲିଥିବା ବେଳେ ସେହି ଖରାପ ରାସ୍ତା କୁ କାହିଁକି ମରାମତି କରାଯାଇନାହିଁ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଯୋଉ ରାସ୍ତା ମରାମତି ହୋଇଥିଲା ତାହା ମଧ୍ୟ ମାସେ ନପୁରୁଣୁ ଖରାପ ହେବା ଆରମ୍ଭ ହେଲାଣି । ଲୋକଙ୍କ ଜୀବନ କୁ ଏତେ ହାଲକା ଭାବେ ସରକାର କାହିଁକି ଗ୍ରହଣ କରୁଛନ୍ତି ବୋଲି ଆମ୍ ଆଦମୀ ପାର୍ଟି ପ୍ରଶ୍ନ କରିଛି । ଆପ୍ ପୁରୀ ଜିଲ୍ଲା ମହିଳା ସଂଗଠନ ତରଫରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିଆ ଯାଇଛି । ଠିକାଦାର ଉପରେ ଉଭୟ ଜିଲ୍ଲାପାଳ ଏବଂ ଏନଏଚଏ ଆଇ କତ୍ତୃପକ୍ଷ କାହିଁକି ଦୟାବାନ୍ ସାଜି ଲୋକଙ୍କ ଜୀବନ କୁ ବିପଦରେ ଠେଲି ଦେଇଛନ୍ତି ବୋଲି ପୁରୀ ଜିଲ୍ଲା ମହିଳା ନେତ୍ରୀ ପାର୍ବତୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଯଦି ଏହା ୭ ଦିନ ଭିତରେ ସ୍ଥାୟୀ ମରାମତି ନକରାଯାଏ ତେବେ ଜନସାଧାରଣ ଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟି ରାଜରାସ୍ତାକୁ ଆନ୍ଦୋଳନ ରୂପରେ ଓହ୍ଲେଇଵ ବୋଲି ଚେତାବନୀ ଦିଆଯାଇଛି ।ଦାବିପତ୍ର ପ୍ରଦାନ ସମୟରେ ଶ୍ରୀମତୀ ପାର୍ବତୀ ପ୍ରଧାନ , ସମୀନା ନାୟକ ଏବଂ ଜୟନ୍ତୀ ଜେନା ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।
Related Stories
November 24, 2024
November 24, 2024