କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଓଡ଼ିଶାର ରାଜନୈତିକ ପୃଷ୍ଠଭୂମି ରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଏକ ପ୍ରମୁଖ ଏବଂ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ।ପ୍ରଥମ ବିଧାୟକ ସ୍ବାଧୀନତା ସଂଗ୍ରାମୀ ବିଶ୍ବନାଥ ପରିଡ଼ାଙ୍କ ଠାରୁ ଆରମ୍ଭ କରି,ପଦ୍ମ ଚରଣ ସାମନ୍ତ ସିଂହାର, ଗୋପବନ୍ଧୁ ପାତ୍ର, ଗଙ୍ଗାଧର ମହାପାତ୍ର,ଅଜୟ କୁମାର ଜେନା, ସ୍ବର୍ଗତ ଲୁଲୁ ମହାପାତ୍ର, ସଞ୍ଜୟ ଦାସବର୍ମାଙ୍କ ଠାରୁ ବର୍ତ୍ତମାନ ର ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପର୍ଯ୍ୟନ୍ତ ସମସ୍ତେ ଜଣେ ଜଣେ ପୋଖତ ରାଜନେତା। ମାତ୍ର ଏବେ ଏମିତି ପରିସ୍ଥିତି ଉପୁଜିଛି ଯେ କିଏ ତାଙ୍କ ପ୍ରତିନିଧି ଲୋକେ ନିଜ ଭିତରେ କୁହାକୁହି ହେଉଛନ୍ତି। ବିଧାୟକଙ୍କୁ ତାଙ୍କ ଝିଆରୀ ଉପାସନା ବାଟ ଓଗାଳିବା ଓ ସବୁଥିରେ ମୁଣ୍ଡ ପୁରାଇବା ଲଳିତେନ୍ଦୁଙ୍କୁ ବ୍ୟତିବ୍ୟସ୍ତ କରି ପକାଇଲାଣି।ସେପଟେ ସଞ୍ଜୟ ଦାସବର୍ମା ସତ୍ୟବାଦୀ ରେ ଠିଆ ହେବେ ବୋଲି ସବୁଠି ଆଲୋଚନା ଚାଲିଛି। ସରକାରୀ ଓ ବେସରକାରୀ ଦଳର ନେତାମାନଙ୍କ ମଧ୍ୟରେ ସଲାକୁସ୍ତି , କେତେବେଳେ ଖୋଲା ଯୁଦ୍ଧ ର ଅଭିନୟ ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇଲା ଭଳି ଲାଗୁଛି।ସେପଟେ ଲୋକେ କାହା ପାଖକୁ ଯିବେ ଓ କାହା ସପକ୍ଷରେ ରହିବେ ଦ୍ବନ୍ଦରେ ପଡିଛନ୍ତି।ଏହି ଅବସରରେ ବିଶିଷ୍ଟ ଚାଟାର୍ଡ ଆକାଉଣ୍ଟାଣ୍ଟ ରମେଶ ଚନ୍ଦ୍ର ପ୍ରଧାନ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସୁଖଦୁଖରେ ଠିଆ ହେବାକୁ ଚେଷ୍ଟା କରୁଛନ୍ତି।ଲୋକେ ମଧ୍ୟ ତାଙ୍କୁ ବିକଳ୍ପ ଭାବେ ଗ୍ରହଣ କରି ସାରିଛନ୍ତି।ରମେଶ ସବୁ ପଞ୍ଚାୟତ ବୁଲି ବୁଲି ସଂଗଠନ କରୁଛନ୍ତି।ବ୍ରହ୍ମଗିରି ବ୍ଳକର ଯାଆଁଳା ଗ୍ରାମରେ ଭଗବତୀଙ୍କ ପୀଠ ରେ ଶତାଧିକ ନେତୃ ସ୍ଥାନୀୟ ଲୋକମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ରମେଶ ଚନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ ଯେ, ପରିବର୍ତ୍ତନ ହିଁ ବିକାଶ। ନିଃସ୍ଵାର୍ଥପର, ସମର୍ପିତ ଓ ସଚ୍ଚୋଟ ନେତା ହିଁ ପ୍ରକୃତ ଜନପ୍ରତିନିଧି ବୋଲି ସେ କହିଛନ୍ତି।ତେଣୁ ଲୋକମାନେ ନିଜ ମଧ୍ୟରେ ବିଚାର ଆଲୋଚନା କରି ଆଗାମୀ ଦିନରେ ସେମାନଙ୍କ ମଧ୍ୟରୁ ଜଣକୁ ବିଧାନ ସଭା କୁ ପଠାଇଲେ ସେମାନଙ୍କ ସମସ୍ୟାର ସମାଧାନ ହେବା ସହିତ ସମଗ୍ର ଓଡ଼ିଶାରେ ବ୍ରହ୍ମଗିରି ଅଞ୍ଚଳ ଏକ ଭବ୍ୟ ପୌରାଣିକ, ଐତିହାସିକ ତଥା ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ର ଅଞ୍ଚଳ ହୋଇପାରିବ ବୋଲି ସେ କହିଥିଲେ।ଏହି ସଭାରେ ସ୍ଥାନୀୟ ସମସ୍ୟା ଯଥା କୃଷି, ଜଳସେଚନ,ଜଳ ନିଷ୍କାସନ, ରାସ୍ତାଘାଟ, ସ୍ବାସ୍ଥ୍ୟ, ଶିକ୍ଷା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ସରକାରୀ ଯୋଜନା ଦ୍ବାରା ଅଧିକ ଗରିବ ଲୋକମାନେ ଉପକୃତ ହୋଇପାରୁ ନଥିବାରୁ ସଭାରେ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା। ଭୂମିହୀନଙ୍କୁ ଜମି, ବାସହୀନଙ୍କୁ ଘର ଓ ଅସହାୟ ଗରିବ ଲୋକଙ୍କ ପାଖରେ ନିୟମିତ ଭତ୍ତା ପହଞ୍ଚାଇବାକୁ ଶ୍ରୀ ପ୍ରଧାନ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି। ପ୍ରତି ଗ୍ରାମରେ ଗୋଟିଏ କୋଠଘର, ମହିଳା ସମିତି ଘର,ଯୁବକ ସଂଘ ଓ ଭାଗବତ ଟୁଙ୍ଗି ସ୍ଥାପନ ସହିତ ପ୍ରତି ପଞ୍ଚାୟତରେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ପାଇଁ ସଭାରେ ଦାବି କରାଯାଇଛି। ଆଗାମୀ ଦିନରେ ଚାଷୀ, ବେକାର ଯୁବକଯୁବତୀ, ସମାଜସେବୀ, ଶ୍ରମଜୀବୀ ଓ ଚାଷୀର ରାଜନୈତିକ ବ୍ୟକ୍ତିବିଶେଷ ଙ୍କୁ ନେଇ ବିକାଶ ପାଇଁ ପରିବର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
Related Stories
November 1, 2024