ପୁରୀ, ଆଜି ଜଳକ୍ରୀଡ଼ା ଏକାଦଶୀ । ଶ୍ରୀମନ୍ଦିର ଭିତର ଚନ୍ଦନ ଯାତ୍ରା ଅବସରରେ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଠାକୁରଙ୍କ ଜଳକ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରସ୍ଥ ଜଳକ୍ରୀଡ଼ା ମଣ୍ଡପରେ ଠାକୁର ଠାକୁରାଣୀ ବିଜେ ହୋଇ ଏହି ଦେବନୀତି ସମ୍ପନ୍ନ ହୋଇଛି । ଠାକୁରଙ୍କ ଆଲଟଲାଗି ଓ ଚନ୍ଦନଲାଗି ନୀତି ବଢିଲା ପରେ ଯାତଭୋଗ କରାଯିବ । ମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପାଇ ଜଳକ୍ରୀଡ଼ା ମଣ୍ଡପକୁ ବିଜେ ହେବେ । ସୁବାଷିତ ପୁଷ୍ପ, କର୍ପୂର, ଚନ୍ଦନ ଆଦି ସୁଗନ୍ଧିତ ଦ୍ରବ୍ୟଯୁକ୍ତ ଜଳରେ ଠାକୁର ଅଧିଷ୍ଠିତ ହେବେ । ପୂଜାପଣ୍ଡା ସାଆନ୍ତ ପଂଚୋଉପଚାରରେ ଶୀତଳ ଭୋଗ ଅର୍ପଣ କରିବେ । ଠାକୁରଙ୍କ ବେଶ ଅନୁଷ୍ଠିତ ହେବ । ଏହାପରେ ମୁଦିରସ୍ତ ପ୍ରସାଦ ଲାଗି କରିବେ । ଚନ୍ଦନ ଜଳରେ ପିଚକାରୀ ଖେଳ ହେବ । ଏଭଳି ଜଳକ୍ରୀଡ଼ା ନୀତି ସରିଲେ ଦେବାଦେବୀ ନିଜ ଆସ୍ଥାନକୁ ବାହୁଡିବେ । ଏଥିସହ ଆଜି ଶମ୍ଭୁ ଏକାଦଶୀର ସ୍ଵତନ୍ତ୍ର ନୀତି ମଧ୍ୟ ଅନୁଷ୍ଠିତ ହେବ ।
Related Stories
November 22, 2024