ଭୁବନେଶ୍ୱର,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶିଷ୍ଟ ଆଇନଜୀବୀ ଓ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ରାମାନନ୍ଦ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ଭଦ୍ରକ ଜିଲ୍ଲାର ଆମ ଦଳର ପୂର୍ବତନ ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନଜୀବୀ ରାୟ ରାମାନନ୍ଦ ମହାପାତ୍ରଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ରାମାନନ୍ଦ ଭାଇ ଅତ୍ୟନ୍ତ ସ୍ନେହୀ, ମିଷ୍ଟଭାଷୀ ଓ ପରୋପକାରୀ ସ୍ୱଭାବର ଥିଲେ । ତାଙ୍କ ବିୟୋଗରେ ଆମ ଦଳ ଜଣେ ଦକ୍ଷ ସଂଗଠକଙ୍କୁ ହରାଇଲା । ଭଦ୍ରକ ଜିଲ୍ଲାରେ ଦଳକୁ ସୁଦୃଢ଼ କରିବା ଦିଗରେ ତାଙ୍କର ଯୋଗଦାନ ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।
Related Stories
November 1, 2024