ଜୟପୁର, ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫରୁ ଅମୃତ ବିନ୍ଦୁ କାଯ୍ୟକ୍ରମ ଜୟପୁର ଏମଜି ରୋଡ ସ୍ଥିତ ସତ୍ୟସାଇ ସେବା ସମିତି ଠାରେ ଅନୁଷ୍ଠିତ ହୋଇଛି । ସମିତିର ସଦସ୍ୟ ମାନେ ଏଠାରେ ଉପସ୍ଥିତ ରହି ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏଠାରେ ଜିଲା ଚିକିତ୍ସାଳୟ ତରଫରୁ ଡାକ୍ତର ଏସ.ଏସ. ମିଶ୍ର ଉପସ୍ଥିତ ଥିଲେ ।
ଜିଲା ସଭାପତି କେ. ମାର୍କେଣ୍ଡେୟ ସାରାଫ, କେ. ମୋହନ ରାଓ ଆଚାରି, ଏସ. ରମେଶ ଗୁପ୍ତା, ଏମ. ଭେଙ୍କେଟରାଓ ପ୍ରମୁଖ ଉପସ୍ଥିତ ଥିଲେ ।