କନ୍ଧମାଲ- ଫୁଲବାଣୀ ପୌରାଂଚଳରେ ରହୁଥିବା ଗରୀବ ଭୁମିହୀନ ବସ୍ତିବାସିନ୍ଦା ମାନଙ୍କୁ ସରକାରଙ୍କ ମାଗଣା ପଟ୍ଟା ବଂଟନ କାର୍ଯ୍ୟକ୍ରମ ଜରିଆରେ ୪୫ ଜଣ ଭୁମିହୀନଙ୍କୁ ୩୨୩ ବର୍ଗଫୁଟ ଜମିର ମାଗଣାରେ ପଟ୍ଟା ପ୍ରଦାନ କରାଯାଇଛି । ଆଉ ୯୪ ଜଣ ପ୍ରିମିୟମ ଦାଖଲ କରିବା ପରେ ପଟ୍ଟା ପ୍ରଦାନ କରାଯାଇଥିଲା । ଏହିପରି ମୋଟ ୧୩୯ ଜଣ ହିତାଧିକାରୀ ପଟ୍ଟା ପାଇବା ଫଳରେ ଖୁସିବ୍ୟକ୍ତ କରିଛନ୍ତି । ଏହି ଅବସରରେ ଆୟୋଜିତ ସଭାରେ ମୁ୍ୟନିସପାଲଟି ଅଫିସର ବଳଦେବ ବେହେରା, ପିଏ ଆଇଟିଡିଏ ବିରେନ୍ଦ୍ର କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଜମିପଟ୍ଟା ପ୍ରଦାନ କରିଥିଲେ । ଫୁଲବାଣୀ ପୌରାଂଚଳରେ ଥିବା ବିଭିନ୍ନ ବସ୍ତି ବାସିନ୍ଦାଙ୍କ ମଧ୍ୟରୁ ୭୨୦ ଜଣଙ୍କୁ ମୁ୍ୟନିସପାଲଟି ପକ୍ଷରୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ କେବଳ ଅତି ଗରୀବଙ୍କୁ ମାଗଣା ଜମିପଟ୍ଟା ପ୍ରଦାନ କରାଯାଉଥିବା ବେଳେ ଅନ୍ୟମାନେ ପ୍ରିମିୟମ ଡିପୋଜିଟ୍ କରିବେ ବୋଲି ନିର୍ବାହୀ ଅଧିକାରୀ ବଳଦେବ ବେହେରା କହିଛନ୍ତି । ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ଜମିପଟ୍ଟା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ପଟ୍ଟା ପାଇ ହିତାଧିକାରୀ ମାନେ ବେଶ୍ ଖୁସି ଅନୁଭବ କରୁଥିବା କହିଛନ୍ତି ।
Related Stories
November 23, 2024