ବଲାଙ୍ଗିର, ମାସେ ତଳେ ରେଳ ଷ୍ଟେସନରୁ ଜଣେ ସମ୍ପର୍କୀୟକୁ ଆଣି ସୁଦପଡ଼ାରୁ ଭୋର୍ ୪ଟା ବେଳେ ଆସୁଥିବା ବେଳେ ଦୁଇଜଣ ଅଜଣା ଲୋକ ଅଟକାଇ ମାଡ଼ ମାରି ମୋବାଇଲ ଲୁଟି ନେଇଥିବା ଅଭିଯୋଗ ଉପରେ ପୋଲିସ ତଦନ୍ତ କରି ଅପରାଧୀକୁ ଗିରଫ କରିବା ସାହ ମୋବାଇଲ ଜବତ କରି କେଶ ରୁଜୁ କରିଛନ୍ତି।
ବିବରଣୀରୁ ପ୍ରକାଶ ଯେ, ତା.୧୫.୦୩.୨୦୨୩ ରିଖ ସମୟ ଦିନ ୩.୫୩ ମିନିଟ ସମୟରେ ରିପୋର୍ଟକାରୀ ଶିବ ଶଙ୍କର ନାୟକ (୪୫), ପି-ଦେବରାଜ ନାୟକ, ନି-ମାଳପଡା, ଥାନା-ଟାଉନ, ଜିଲ୍ଲା–ବଲାଙ୍ଗିର ଅଭିଯୋଗ କଲେ ଯେ, ତା.୧୪.୦୩.୨୩ ରିଖ ଭୋର ପ୍ରାୟ ୪ଟା ସମୟରେ ସେ ରେଲୱେ ଷ୍ଟେସନରୁ ଆଣି ସୁଦପଡାରେ ଛାଡି ଫେରୁଥିବା ସମୟରେ ଯୁବଦୋୟ କଲେଜ ସାମ୍ନାରେ ଦୁଇଜଣ ଅଜଣା ପିଲା ତାଙ୍କୁ ଅଟକାଇଲେ । ସେ ତାଙ୍କୁ କୁଆଡେ ଯିବ ବୋଲି ପଚାରିବା ସହ ମାଡ଼ ମାରି ତାଙ୍କ ଠାରୁ ମୋବାଇଲ ଓ ଦୁଇ ହଜାର ଟଙ୍କା ଲୁଟି ନେଇଥିଲେ । ତଦନ୍ତକାରୀ ପୋଲିସ ଅଧିକାରୀ ଏ.ଏସ.ଆଇ. ବୁଦ୍ଧଦେବ ବିଶ୍ବାଳ ଏଥିର ତଦନ୍ତ କରି ଲୁଟି ନେଇଥିବା ମୋବାଇଲକୁ ରିସିଭର ପାଖରୁ ସିଜ କଲେ ଓ ଅପରାଧୀ ମଣ୍ଟୁ କରନ(୨୫) ପି-ସ୍ବର୍ଗତ ଚମ୍ପେଶ୍ଵର କରନ, ନି-ଧୁବା ପଡା (ଗେଟସରୋବର ପଡା), ଥାନା-ଟାଉନ, ଜିଲ୍ଲା-ବଲାଙ୍ଗିରକୁ ତା.୧୩.୦୫.୨୩ ରିଖରେ ଗିରଫ କରି ଅଦାଲତଙ୍କ ସମ୍ମୁଖରେ ହାଜର କରାଯାଇଛି ବୋଲି ଟାଉନ ଥାନା ଅଧିକାରୀ, ବଲାଙ୍ଗୀର ସୂଚନା ଦେଇଛନ୍ତି। ଟାଉନ ଥାନା କେସ ନ-୧୨୪ ତା.୧୫.୦୩.୨୦୨୩ ରିଖ ଦଫା-୩୯୪ ଭା.ଦ.ଆ ରେ ମୋକଦ୍ଦମା ରୁଜୁ ହୋଇଛି।