-
ଦଙ୍ଗା ରାଜନୀତି ପ୍ରାୟୋଜିତ, କାହାରିକୁ ଛଡାଯିବ ନାହିଁ – ଦେବେନ୍ଦ୍ର ଫଡନାଭିସ
ମୁମ୍ବାଇ, ଅହମ୍ମଦନଗର ଜିଲ୍ଲାର ଶେବଗାଂଓରେ ରବିବାର ରାତିରେ ଛତ୍ରପତି ସଂଭାଜୀ ମହାରାଜ ଜୟନ୍ତୀ ଜୁଲୁସ ସମୟରେ ଦୁଇ ଗୋଷ୍ଠି ପରସ୍ପରକୁ ପଥର ଫିଙ୍ଗି ଥିଲେ । ଫଳରେ ଏଥିରେ ୪ ଜଣ ଆହତ ହୋଇଛନ୍ତି । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ପକ୍ଷରୁ ସେଠାରେ ଲାଠିଚାଳନା କରାଯାଇଥିଲା । ସୋମବାର ମାମଲାରେ ପ୍ରାୟ ୫୦ ଜଣଙ୍କୁ ନିଜ ହେପାଜତକୁ ନେଇଛି ପୋଲିସ ।
ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହି ବିବାଦକୁ ରାଜନୀତି ପ୍ରାୟୋଜିତ ଦଙ୍ଗା ବୋଲି କହିବା ସହ ଅହମ୍ମଦନଗରରେ ବର୍ତମାନ ସ୍ଥିତି ନିୟନ୍ତ୍ରଣାଧିନ ରହିଛି । କୌଣସି ଦଙ୍ଗାକାରୀକୁ ଛଡାଯିବ ନାହିଁ । ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।