
କୋଲକତା , ମରିଶସର ରାଷ୍ଟ୍ରପତି ପୃଥ୍ୱୀରାଜ ସିଂହ ରୁପନ ତାଙ୍କ ଧର୍ମପତ୍ନୀ ସହିତ ଆଜି ଦିନ କୋଲକତା ଆସୁଛନ୍ତି । ତାଙ୍କର କୋଲକତା ଆସିବା ଅବସରରେ ସେ ପ୍ରସିଦ୍ଧ ଧାର୍ମିକ ସ୍ଥଳ ଦକ୍ଷିଣେଶ୍ୱର ମନ୍ଦିର ଏବଂ ବେଲୁର ମଠ ଯିବେ । ଏହି ସହିତ ସେ କୋଲକତା ପୋର୍ଟ ବନ୍ଦରରେ ମଜଦୁର ମାନଙ୍କ ଗୋଟିଏ ସ୍ମାରକକୁ ମଧ୍ୟ ଯିବେ ।
ଏହି ସମାରୋହରେ ଡା ସ୍ୱପ୍ନ ଦାସଗୁପ୍ତା , ବିହାରର ପୂର୍ବତନ ଡେପୁଟି ମେୟର ସୁଶୀଳ ମୋଦୀ ପ୍ରମୁଖ ପୃଥିରାସ ସିଂହ ରୁପନଙ୍କ ସମ୍ମାନାର୍ଥେ ସେଠାରେ ରାତ୍ରୀ ଭୋଜନ କରିବେ । ଏହି ମଉକାରେ ପଶ୍ଚିମବଙ୍ଗ ରାଜ୍ୟପାଳ ଡା ସି ବି ଆନନ୍ଦ ବୋସ ଏବଂ ରାଜ୍ୟସଭାର ଉପସଭାପତି ହରିବଂଶ ନାରାଣ ସିଂହ ମଧ୍ୟ ଉପସ୍ଥିତ ରହିବେ ।