-
ଚଳିତବର୍ଷର କଥାବସ୍ତୁ ରହିଛି ସମବାୟରୁ ସମୃଦ୍ଧି
-
କୃଷକ ଓ କୃଷି ବୈଜ୍ଞାନିକ ମାନେ ଯୋଗଦାନ କରିବେ
ଭୁବନେଶ୍ୱର, ଓଡିଆ ନ୍ୟୁଜ ଚ୍ୟାନେଲ ଅର୍ଗସର ଦ୍ୱିତୀୟ ପ୍ରତିଷ୍ଠା ଦିବସ ଅବସରରେ 15 ମଇରେ ଏଗ୍ରିବିକାଶ କନକ୍ଲେଭ-2023 , ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ । ଏହି କନକ୍ଲେଭକୁ ଉଦଘାଟନ କରିବେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ । କୃଷି ଓ କୃଷକର ବିକାଶ ସହ କିପରି ଆଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ଉତ୍ପାଦନ କରିବା ସହ ସଠିକ ବଜାରରେ ସଂଯୋଗୀକରଣ ହୋଇପାରିବ ଏନେଇ ବିସ୍ତୁତ ଭାବେ ଆଲୋଚନା କରାଯିବ ବୋଲି କହିଛନ୍ତି ଅର୍ଗସ ନ୍ୟୁଜର ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା ।
ଶ୍ରୀ ଜେନା କହିଛନ୍ତି ଯେ, ଅର୍ଗସ ନ୍ୟୁଜର ପ୍ରତିଷ୍ଠା ଦିବସରେ ଏଗ୍ରିବିକାଶ କନକ୍ଲେଭ ଅନୁଷ୍ଠିତ ହେବାକୁ ଯାଉଛି । ଚଳିତବର୍ଷର କଥାବସ୍ତୁ ରହିଛି ସମବାୟରୁ ସମୃଦ୍ଧି । ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ କୃଷକ ଓ କୃଷି ବୈଜ୍ଞାନିକ ମାନେ ଯୋଗଦାନ କରିବେ ।3ଟି ସେସନରେ ଅନୁଷ୍ଠିତ ହେବାକୁ ଥିବା ଏହି କନକ୍ଲେଭରେ ଯେଉଁ ବିଷୟ ଉପରେ ଆଲୋଚନା ହେବ ସେଗୁଡିକ ମଧ୍ୟରେ ରହିଛି (1) ଗ୍ରାମାଞ୍ଚଳରେ ଜୀବନ ଧାରଣକୁ ସମୃଦ୍ଧ କରିବା ପାଇଁ ଯୁବକ ଓ ମହିଳାଙ୍କୁ ସଶକ୍ତ କରିବା, ଷ୍ଟାଟଅପର ବିକାଶ, ଉଦ୍ୟୋଗୀ ଓ ନିଯୁକ୍ତିରସୁଯୋଗ (2)ଉତ୍ପାଦନରୁ ଉତ୍କର୍ଷ, ଆଧୁନିକ ସମନ୍ବିତ ଏଗ୍ରି ଭ୍ୟାଲୁ ଚେନ୍ ଭିତ୍ତି ଭୂମିର ନିବେଶ (3) ଜ୍ଞାନ କୌଶଳର ବ୍ୟବହାର ଦ୍ୱାରା ଲାଭଜନକ କୃଷି ବ୍ୟବସାୟ ଏବଂ ତାର ବଜାର ସଂଯୋଗୀକରଣ ।
ଏହି କନକ୍ଲେଭରେ ଫାରମରମ ରାଇଟ ଅଥରିଟିର ଅଧ୍ୟକ୍ଷ ତଥା ଆଇସିଏଆରର ପୂର୍ବତନ ମହାନିର୍ଦ୍ଦେଶକ ଡ. ତ୍ରିଲୋଚନ ମହାପାତ୍ର, ନାରା ର ସିଇଓ ଅଶୋକ ଦଲୱାଇ, ରାଜ୍ୟ ସମବାୟ ସଚିବ ସଞ୍ଜିବ ଚଢା ତଥା ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକ ସତୀଶ ମରାଠେ ଙ୍କ ସମେତ ଅନେକ ବିଶେଷଜ୍ଞ ଯୋଗଦେବେ ବୋଲି ଶ୍ରୀ ଜେନା କହିଛନ୍ତି ।