
ଭୁବନେଶ୍ୱର, ବୌଦ୍ଧ ଜିଲ୍ଲାରେ ଘର ଭିତରକୁ ଏକ କାର ପଶିଯିବା କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ସେଠାରେ ତୀବ୍ର ଉତେଜନା ପ୍ରକାଶ ପାଇଛି ।
ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାର 57ନଂ ଜାତୀୟ ରାଜପଥ ରାଧା ନଗର ପଂଚାୟତ ଅନ୍ତର୍ଗତ ଲୁହୁରାଗଡ଼ିଆ ଛକ ନିକଟରେ ଘର ଭିତରକୁ ଏକ କାର ପଶି ଯାଇଥିଲା । ଏହି କାରଣରୁ ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି ।ମୃତ ମହିଳା ଜଣକ ହେଲେ ସେହି ଗ୍ରାମର ପାନେଶ୍ଵରୀ ଧଳ । ଏହା ପରେ ଘଟଣା ସ୍ଥଳରେ ଉତେଜନା ଦେଖା ଦେଇଥିଲା ଓ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଥିଲେ । ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ମଟର ଅଟକି ରହିଛି ।ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କାର ଡ୍ରାଇଭର ଫେରାର ଥିବା ଜଣା ପଡିଛି ।