ଭୁବନେଶ୍ୱର – ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି ଗୁରୁବାର ଦିନ ଏସଆରସିଙ୍କ ସହିତ ଆକାଶ ମାର୍ଗରୁ କୋରାପୁଟ , ମାଲକାନଗିରି ଓ ବଲାଙ୍ଗୀର ଜିଲ୍ଲାରେ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେଠାରୁ ଫେରିବା ପରେ ବୌଦ୍ଧ , କନ୍ଧମାଳ ର ବନ୍ୟା ସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ମନ୍ତ୍ରୀ ଶ୍ରୀ ମାରାଣ୍ଡି କହିଛନ୍ତି ଯେ ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।
ଉଲ୍ଲେଖଯୋଗ୍ୟ ଯେ ଡମପଡା ବ୍ଲକ୍ ରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି । ସମ୍ପୃକ୍ତ ଅଂଚଳର ଲୋକେ ୪/୫ ଦିନ ଧରି ଜଳବନ୍ଦୀ ହୋଇ ରହିଛନ୍ତି । ୧୫ ଟି ପଂଚାୟତର ୩୫ ଟି ଗ୍ରାମ ବନ୍ୟା ପ୍ରଭାବିତ ହୋଇଛି । ସେହିପରି ବାଙ୍କୀରର ୧୪ ଟି ଗ୍ରାମ ପଂଚାୟତର ୩୦ଟି ଗ୍ରାମ ଓ ୨୦୦ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । ସେହିପରି କଣାସ ବ୍ଲକ୍ ରେ ଥିବା ନଦୀ ଜଳ ସ୍ତର ବଢିବାରେ ଲାଗିଛି ।