ରଥ ନିର୍ମାଣ ବିଂଶ ତମ ଦିବସରେ ରଥ ନିର୍ମାଣକାରୀଙ୍କ ଉପସ୍ଥାନ ମୋଟ-୧୯୮, ସେଥିମଧ୍ୟରୁ ତିନିରଥର ମୋଟ ମହାରଣା-୭୮,ତିନିରଥର ଭୋଇ ସେବକ -୭୬,ତିନିରଥର କରତି ସେବକ -୪,ତିନିରଥର କମାର ସେବକ -୧୭,ପାହି ମହାରଣା-୨,ତୁମ୍ବ ବିନ୍ଧ କାରିଗର-୧,ତିନିରଥର ରୂପକାର ସେବକ-୧୯,ରଥଖଳା ସହାୟକ(ପାଣିବାଲା)୧ ଜଣ ଉପସ୍ଥିତ ଥିଲେ |
ଭଉଁରୀ ତିଥିରେ ତିନିରଥ ର ଚକ-ଅଖ ସଂଯୋଗ ପୂର୍ବକ ଚକ ଡେରା ଅନୁକୂଳ ନୀତି ହୋଇଥିଲା।
ଚକ-ଅଖ ସଂଯୋଗ ତଥା ଚକ ଡେରା ନୀତି ପରେ ଅପରାହ୍ନ ଠାରୁ ରଥଖଳା ଠାରେ ନିର୍ମାଣ କାର୍ଯ୍ୟ ପରମ୍ପରା ପ୍ରକାରେ ବନ୍ଦ ରହିଥିଲା |
ରଥ ନିର୍ମାଣ ଅଗ୍ରଗତିରେ ତିନିରଥ ର ୯ ଗୋଟି ଲେଖାଁଏ ଚକ ଅର୍ଥାତ ମୋଟ ୨୭ ଗୋଟି ଚକ ନିର୍ମାଣ ଶେଷ ହୋଇଛି । ତିନିରଥର ୪ ଟି ଲେଖାଁଏ ୨୦ ଫୁଟିଆ ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି । ତିନିରଥର ବାକି ଅଖ ନିର୍ମାଣ ପାଇଁ ଆବଶ୍ୟକ ସମସ୍ତ ଅଖ କାଠ ୪୦ ଫୁଟିଆ ଧଉରା କାଠ ଯୋଗାଇ ଦିଆଯାଇଛି ।
ତାଳଧ୍ୱଜ ରଥର ଆଜି ୯ ମ ଚକ ନିର୍ମାଣ ଶେଷ ହୋଇ, ୧୦ମ ଏବଂ ୧୧ ତମ ଚକ ରେ ପଇ ପିନ୍ଧା ଶେଷ ହୋଇ ପଇ କଳଶା କାର୍ଯ୍ୟ ହେଉଅଛି । ଏଥି ସହ ତାଳଧ୍ୱଜ ରଥର ୪ ଗୋଟି ୨୦ ଫୁଟିଆ ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହୋଇ ଆଉ ୪ ଗୋଟି ଚଉତା କାଠର ଚଉପଟ କାର୍ଯ୍ୟ ଜାରୀ ରହଛି ।
ଦର୍ପଦଳନ ରଥର ୯ ମ ଚକର ନିର୍ମାଣ ଶେଷ ହୋଇ ଆଉ ଦୁଇଟି ଚକ ରେ ପଇପିନ୍ଧା କାର୍ଯ୍ୟ ହୋଇଅଛି । ଏଥିସହ ୪ଟି ଚଉତା କାଠର ଚଉପଟ ଶେଷ ହୋଇ ଆଉ ୪ ଟି ଚଉତା କାଠର ଚଉପଟ କାର୍ଯ୍ୟ ଜାରୀରହିଛି ।
ନନ୍ଦିଘୋଷ ରଥର ୯ ଗୋଟି ଚକ ନିର୍ମାଣ ଶେଷ ହୋଇ ଆଉ ୪ ଗୋଟି ଚକରେ ପଇ ପିନ୍ଧା ସରି କଳଶା କାର୍ଯ୍ୟ ବାକି ରହିଛି ।
ଏଥିସହ ନନ୍ଦିଘୋଷ ରଥର ୪ଟି ଚଉତା କାଠର ଚଉପଟ ପରେ ଆଉ ୪ଗୋଟି ଚଉତା କାଠର ଚଉପଟ କାର୍ଯ୍ୟ ଜାରୀ ରହିଛି।
ଦୋଳବେଦୀ ଠାରେ ତାଳଧ୍ଵଜ ରଥ ର ପୋଲଗୟଳ ଚିରଟ ପୂର୍ବରୁ ୪୦ ଫୁଟିଆ ଧଉରା କାଠର ଉଭୟ ପାର୍ଶ୍ୱ
ଚିତା କାର୍ଯ୍ୟ କରତି ସେବକ ମାନେ ଶେଷ କରିଛନ୍ତି ଆସନ୍ତା କାଲି ଚିରଟ କାର୍ଯ୍ୟ ଆରମ୍ଭ ହେବ ।
ଭୋଇ ସେବକ ମାନେ ଭୋଇ ସର୍ଦାର ରବି ଭୋଇ ଙ୍କ ନେତୃତ୍ବର
ତିନିରଥର ମୋଟ ୪୨ ଚକ ପାଇଁ ଆବଶ୍ୟକ ୪୨ ଗୋଟି ତୁମ୍ବ ରୁ ୩୯ ଗୋଟି ତୂମ୍ବର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଆଜ ଶୁଦ୍ଧା ଶେଷ କରିଛନ୍ତି।
ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ ପନ୍ଦାରି ନିର୍ମାଣ ପରେ ତିନିରଥ ପାଇଁ ୮” ଇଁଚିଆ ଅଗ ପାତେଳି କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।
ତିନିରଥର ରୂପକାର ସେବକ ମାନେ ତିନିରଥର ଗୁଜରେ ରୂପ ଖୋଦେଇ ଜାରୀ ରଖିଛନ୍ତି ।
Related Stories
November 27, 2024
November 27, 2024