ଗଞ୍ଜାମ, କୁକୁଡାଖଣ୍ଡିର ଆରାଧ୍ୟ ଦେବୀ ମା ଗୋଷାମଣି ଠାକୁରାଣୀ ଯାତ୍ରାରେ ଲୋକଙ୍କ ଗହଳି କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । କୁକୁଡାଖଣ୍ଡି ସହରର ସମସ୍ତ ଗଳିକନ୍ଦି ସାହିବସ୍ତିକୁ ରଂଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି । ପ୍ରତ୍ୟେକ ସାହିରେ ରଥ, ମେଢ, କଳାକୁଞ୍ଜ ପ୍ରାୟ ୪୦ରୁ ଉର୍ଧ୍ଧ ସଜ୍ଜାଯାଇଛି । ପ୍ରତ୍ୟେହ ସଂଧ୍ୟାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପାଖଆଖ ଗ୍ରାମ ଓ ସହରରୁ ହଜାର ହଜାର ଲୋକ ଏଠାକୁ ଆସି ଦେବୀଙ୍କୁ ଦର୍ଶନ କରିବା ସହ ମନୋରଞ୍ଜନ କାର୍ଯ୍ୟକ୍ରମ ବୁଲି ଦେଖୁଛନ୍ତି । ଗତ ବୁଧବାର ରାତିରୁ ମାଆଙ୍କ ଘଟ ବିରାଟ ପଟୁଆରରେ ନଗର ପରିକ୍ରମା କରୁଛନ୍ତି । ଏହି ଯାତ୍ରା ଗତ ଆଠ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଦଶଦିନ ବ୍ୟାପି ଅନୁଷ୍ଠିତ ହେବ ।
Related Stories
November 22, 2024