-
ରାଜ୍ୟପାଳଙ୍କୁ ରିପୋର୍ଟ ଦେଲେ ବିଶ୍ଵବିଦ୍ୟାଳୟର କୂଳପତି
ବାରିପଦା, ଗତ ୬ ତାରିଖ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସମାବର୍ତନ ସମାରୋହରେ ଭାଷଣ ଦେବା ବେଳେ ୯ ମିନିଟ୍ ପାଇଁ ଲାଇଟ୍ କଟି ଯିବା ଘଟଣାରେ ରାଜ୍ୟପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ବିଶ୍ଵବିଦ୍ୟାଳୟର କୂଳପତି । ଏହି ବିଭ୍ରାଟ ପଛରେ ବିଶ୍ଵବିଦ୍ୟାଳୟର କୌଣସି ହାତ ନଥିବା ଏବଂ ଘଟଣାରେ ଜଣଙ୍କୁ ନିଲମ୍ବନ କରାଯାଇଥିବାର ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟ ଶାସନ ସଚିବ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ଏନେଇ ରିପୋର୍ଟ ମାଗିଥିଲେ । ୭ ଦିନ ମଧ୍ୟରେ ଏହି ରିପୋର୍ଟ ପ୍ରଦାନ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ବିଶ୍ଵବିଦ୍ୟାଳୟ ପକ୍ଷରୁ ଘଟଣାର ତଦନ୍ତ ପାଇଁ ଏକ ୩ ଜଣିଆ କମିଟି ଗଠନ କରାଯାଇଥିଲା ।