
ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ ହନ୍ତୁକ ପଞ୍ଚାୟତ ଠାରେ ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ କରକମଳରେ ଜଳସମ୍ପଦ ବିଭାଗ (ଡ୍ରେନେଜ୍) ଦ୍ଵାରା ହନ୍ତୁକ ତଳସର ମୌଜା କେନାଲ ଚୁଙ୍ଗୁଡିଆ ଠାରୁ ଚୁଡ଼ିଆକୁଣ ପର୍ଯ୍ୟନ୍ତ କେନାଲ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ପ୍ରାୟ 14 ଲକ୍ଷ ଟଙ୍କା ବ୍ୟୟ ବରାଦରେ 3 କିଲୋମିଟର କେନାଲର ଖନନ କାର୍ଯ୍ୟ ଆରମ୍ଭ କରାଯାଇଛି। ଏହି କେନାଲ ଖନନ ହେଲେ ହନ୍ତୁକ, ଦୋବନ୍ଧା, କୁରୁଣ୍ଟି, ନଟିଆ, ପ୍ରତାପ ପୁରୁଷୋତ୍ତମପୁର ଏବଂ ଧନିକେରା ଗ୍ରାମର ପ୍ରାୟ ଚାରି ହଜାର ଚାଷୀ ଜଳସେଚନ ଓ ଜଳନିଷ୍କାସନରେ ଉପକୃତ ହେବେ ବୋଲି ଶ୍ରୀ ଦାସବର୍ମା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପୁରୀ ସଦର ବ୍ଲକ ଉପାଧ୍ୟକ୍ଷ ରିତାଞ୍ଜଳି ରାଉତରାୟ, ଜିଲ୍ଲା ପରିଷଦ ସଦସ୍ୟ ମୋନାଲି ମିଶ୍ର, ଭାଇଲିପୁର ପଞ୍ଚାୟତ ସମିତି ସଭ୍ୟ କାର୍ତ୍ତବିର୍ଯ୍ୟ ସ୍ଵାଇଁ, ହନ୍ତୁକ ପଞ୍ଚାୟତ ସରପଞ୍ଚ କନକଲତା ପତି, ପୂର୍ବତନ ସରପଞ୍ଚ ଅଜୟ ଜେନା, ଚାଷୀ କମିଟି ସଭାପତି ସାଧୁ ଜେନା, ବିଭୂତି ଭୂଷଣ ଜେନା ଓ ଗୋବିନ୍ଦ ସ୍ବାଇଁ ଏବଂ ଜଳସମ୍ପଦ ସରକାରୀ ନିର୍ବାହୀ ଶୈଳେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।