ଜଟଣୀ – ସ୍ଥାନୀୟ ସହରରେ ଅଗ୍ରଣୀ ଶିକ୍ଷାନୁÂାନ ଭାବରେ ପରିଚିତ ସୋଫିଟୋରିୟମ ପବ୍ଲିକ୍ ସ୍କୁଲର କୋମଳମତି ପିଲାମାନଙ୍କୁ ନେଇ ଶିକ୍ଷାର ବିକାଶ ଓ ବିଜ୍ଞାନ କ୍ଷେତ୍ରରେ ମାନସିକ ସ୍ତରରେ ବିକାଶର ଲକ୍ଷ୍ୟ ରଖି ଏହି ବିଦ୍ୟାଳୟ ସ୍ତରୀୟ ବଜ୍ଞାନମେଳା ଆୟୋଜିତ ହୋଇଥିଲା । ଏହି ବିଜ୍ଞାନ ମେଳାରେ ପରିବହନ, କୃଷି, ସ୍ୱାସ୍ଥ୍ୟ, ବାଣିଜ୍ୟ ଆଦି ବିଭିନ୍ନ ତଥ୍ୟ ସମ୍ବନ୍ଧରେ ପ୍ରକଳ୍ପମାନ ତଆରି ହୋଇ ପ୍ରଦର୍ଶିତ ହୋଇଥିଲା । ଏହି ବିଜ୍ଞାନ ମେଳାରେ ୧୨୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ୯୫ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି ବିଜ୍ଞାନମେଳାକୁ ଜଟଣୀ ବ୍ଲକ ବିଇଓ ରମେଶ ଚନ୍ଦ୍ର ଖଟେଇ, ସୋଫିଟୋରିୟମ୍ର ମୁଖ୍ୟ ହିମାଂସୁ ପାଢ଼ୀ, ଅବସର ପ୍ରାପ୍ତ ଶିକ୍ଷକ ତ୍ରିନାଥ ସାମନ୍ତରାୟ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଗନ ମଙ୍ଗରାଜ,ଆକାଶ ମହାନ୍ତି, ପ୍ରମୁଖ ଉପସ୍ଥିତ ରହି ଉଦ୍ଘାଟନ କରିବା ସହ ପ୍ରଦର୍ଶିତ ପ୍ରକଳ୍ନଗୁଡ଼ିକୁ ବୁଲି ଦେଖିଥିଲେ । ଏହି କାର୍ଯ୍ୟକ୍ରମକୁ ରିନା ପଟ୍ଟନାୟକ, ଟୁକୁନି ପାଣିଗ୍ରାହୀ, ନମିତା ରାଉତ ପ୍ରମୁଖ ପରିଚାଳନା କରିଥିଲେ ।
Related Stories
November 22, 2024