ନୂଆଦିଲ୍ଲୀ, ବାତ୍ୟା ‘ମୋକା’ ଦକ୍ଷିଣପୂର୍ବ ଏବଂ ତତ୍ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଘଣ୍ଟାପ୍ରତି ୯ କିଲୋମିଟର୍ ବେଗରେ ଉତ୍ତର ଆଡ଼କୁ ଗତିକରିବା ପରେ ଆହୁରି ଘନୀଭୂତ ହୋଇ ‘ଅତି ଉଗ୍ର ସାମୁଦ୍ରିକ’ ବାତ୍ୟାରେ ପରିଣତ ହୋଇଛି । ଏହା ଆଜି ଆଜି ସକାଳ ୫.୩୦ ସୁଦ୍ଧା କେନ୍ଦ୍ରୀୟ ଓ ତତ୍ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।