
ଚମ୍ପୁଆ, ଚମ୍ପୁଆ ବ୍ଲକ୍ ବଡନଈ ପଂଚାୟତ ଅନ୍ତର୍ଗତ ସାନନଈ ଗ୍ରାମରେ ଜଣେ ମାନସିକ ବିକୃତ ନାବାଳିକା ପାଖରେ ପ୍ରଶାସନ ପହଞ୍ଚି ଥିବା ଜଣାପଡିଛି। ସୂଚନା ଯୋଗ୍ୟ କି, ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ସାନନଈ ଗ୍ରାମର ନାବାଳିକା ରିତା ନାଏକ ମାନସିକ ବିକୃତ ଯୋଗୁଁ ତାଙ୍କ ପରିବାର ଅତ୍ୟନ୍ତ ଚିନ୍ତାଗ୍ରସ୍ତ ରହୁଥିଲେ। ପିତା ମାତାଙ୍କ ମୃତ୍ୟୁ ପରେ ରିତା ଭାଇଙ୍କ ପାଖରେ ରହୁଥିଲେ। ଭାଇ ବିବାହ କରିବା ପରେ ପରିବାରର ଦାୟିତ୍ଵ ନେବା ସହ ମାନସିକ ରୋଗ ଗ୍ରସ୍ତ ଭଉଣୀର ଦେଖାରେଖା କରୁଥିଲେ। ତେବେ ବୟସ ବଢିବା ସହ ରିତାଙ୍କର ବିକୃତି ବଢ଼ି ଚାଲିିଥିଲା। ତାଙ୍କୁ ପୋଷାକ ପିନ୍ଧାଇଲେ ସେ ଦେହରୁ ପୋଷାକ ଖୋଲି ଦେଉଥିଲେ । ଯେତେ ଚେଷ୍ଟା କଲେ ମଧ୍ୟ ସେ ପୋଷାକ ନ ପିନ୍ଧିବା ଯୋଗୁଁ ତାଙ୍କ ପରିବାର ଲୋକେ ଚିନ୍ତାଗ୍ରସ୍ତ ରହୁଥିଲେ। ଏ ନେଇ ବଡନଈ ଗ୍ରାମର ସାମାଜିକ କର୍ମୀ ପ୍ରଣଜ କୁମାର ବଡ଼ପଣ୍ଡା ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ କେନ୍ଦୁଝର ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟର ମାନସିକ ରୋଗ ବିଭାଗ ଚିକିତ୍ସକ ଡ. ସୁଶାନ୍ତ ମାଝୀ, ସାମାଜିକ କର୍ମୀ ବିକାଶ ରଞ୍ଜନ ଦାସ, ସରୋଜ ପଣ୍ଡା, କମ୍ୟୁନିଟି ନର୍ସ ଜଳଡି ଦାସଏବଂ ଆଶ୍ରା ଟିମ୍ ର ସଦସ୍ୟ ମାନେ ସାନନଈ ଗ୍ରାମକୁ ଯାଇ ତାଙ୍କ ପରିବାରକୁ ଭେଟି ରୀତାଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ନେବା ସହ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମାନସିକ ରୋଗ ବିଭାଗକୁ ନେଇଥିବା ଜଣାପଡିଛି। ପ୍ରଶାସନର ଏତାଦୃଶ୍ୟ କାର୍ଯ୍ୟ ପାଇଁ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି।