ରାଉରକେଲା, ରାଉରେଲା କଂଗ୍ରେସ ଡଭବନରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିବା ବେଳେ ଏହି ସମ୍ମିଳନୀ ଆଗରୁ ୨ କଂଗ୍ରେସ ନେତା ହାତା ହାତାହାତି ଟଣା ଓଟରା ହେବା ଘଟଣା ଦଳର ସାମ୍ବାଦିକ ସମ୍ମିଳନୀ ଖବର ଠାରୁ ଅଧିକ ଓ ବଡ ଖବର ହୋଇ ସହରରେ ଚର୍ଚ୍ଚାର ବିଷୟ ହୋଇଡଛି ।
ଖବରରୁ ଜଣାପଡିଛି ଯେ, ଆଜି ଦଳର ରାଉରକେଲା ସଭାପତି ଦେବବ୍ରତ ବିହାରୀ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ, ସେଥିରେ ଦଳ ପକ୍ଷରୁ ନିକଟରେ ଘଟିଥିବା ଏକ ଘଟଣା ସଂପର୍କରେ ତଥ୍ୟ ଦିଆଯିବା ସହ ସେ ଘଟଣାକୁ ନିନ୍ଦା କରାଯିବାର କାର୍ଯ୍ୟକ୍ରମ ଥିଲା । ତେବେ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହେବା ଆଗରୁ ମିଡିଆ ସମ୍ମୁଖରେ ଜିଲ୍ଲା ସଭାପତିଙ୍କ ପାଖରେ କିଏ ବସିବେ ସେନେଇ କୁଆଡେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ସଭାପତିଙ୍କ ପାଖ ଆସନ ଗୁଡିକ ଭିତରୁ ଗୋଟିଏ ଆସନରେ ପିସିସି ସଭ୍ୟ ସାବିର ହୁସେନ ବସିଥିବା ବେଳେ, ସେହି ସବୁ ଆସନ ଗୁଡିକରେ ଜିଲ୍ଲା ଛାତ୍ର, ଯୁବ, ମହିଳା ଆଦି କଂଗ୍ରେସ ସଙ୍ଗଠନର ମୁଖ୍ୟ ମାନେ ବସନ୍ତୁ ଅନ୍ୟ ମାନେ ଉଠି ଆସନ୍ତୁ ବୋଲି ଯୁକ୍ତି ଚାଲିଥିଲା, ଏତିକି ବେଳେ ଜିଲ୍ଲା କଂଗ୍ରେସ ଉପସଭାପତି ଉମେଶ ସରଣ ଓ ପିସିସି ସଭ୍ୟ ସାବିର ହୁସେନଙ୍କ ଭିତରେ କଥା କଟା କଟି ହେବା ସହ ମିଡିଆ ଉପସ୍ଥିତିରେ ଠେଲା ପେଲା, ହାତା ହାତି ଯାଏ କଥା ଯାଇଥିଲା । ଏହି ଦୃଶ୍ୟକୁ କିଛି ଗଣମାଧ୍ୟମ ପ୍ରତିନିଧି ଉତୋଳନ କରି ସୋସିଆଲ ମିଡିଆରେ ମଧ୍ୟ ଛାଡିଦେଲେ ଯାହାକି ଭାଇରାଲ ହୋଇଗଲା । ଏନେଇ ସାବିର ହୁସେନଙ୍କୁ ଯୋଗାଯୋଗ କରାଜିବାରୁ ମୋର ଏଥିରେ କୌଣସି ପ୍ରତିକ୍ରିୟା ଦେବାର ନାହିଁ, ସାନ ଭାଇଟା କଣ ଗୋଟେ କରିଦେଇଛି ଆରେ ସବୁ ଭଲ, ଉମେଶ ଶରଣ କହିଛନ୍ତି ଶୃଖଂଳା ଦୃଷ୍ଟି କୋଣରୁ , ମୋର କାମ କରୁଥିଲି ସ୍ଥିତି ଅସମ୍ଭାଳ ହେବାରୁ ମୁଁ ମୋର ସୁରକ୍ଷା ନେଇଛି ଓ ଏଥିରେ ଆମର ମିଳାମିଶା ସରିଲାଣି ବୋଲି କହିଛନ୍ତି । ଏ ନେଇ ଜିଲ୍ଲା ସଭାପତି ଶ୍ରୀ ବିହାରୀଙ୍କୁ ଯୋଗାଯୋଗ କରାଜିବାରୁ ସେ କହିଛନ୍ତି, ଏଠାରେ ଅନୁଶାସନର ଅଭାବ ଥିବା ମୁଁ ଅନୁଭବ କଲି, ଯାହା ବି ଘଟିଛି ସେତେବେଳେ ମୁଁ ଭିତର ରୁମରେ ଥିଲି ତେବେ ସମସ୍ତ ବିଷୟ ରାଜ୍ୟ ମୁଖିଆଙ୍କୁ ଜଣାଇବି ଓ ଭବିଷ୍ୟତରେ ଯେମିତି ଏଭଳି ଘଟଣାର ପୁନରାବୃତି ନହେବ ତାର ବ୍ୟବସ୍ଥା କରିବି ବୋଲି କହିଛନ୍ତି। ତେବେ ଏହି ଘଟଣା ପରେ କଂଗ୍ରେସ ଦଳର ସଭା ସମିତି ବେଳେ କିଏ ସୁରକ୍ଷିତ କିଏ ଅସୁରକ୍ଷିତ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।