
ମାଲକାନଗିରି,ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡରାହାଲ୍ ଗ୍ରାମର ଲୋକେ ମାସ ମାସ ଧରି ଭତ୍ତା ଟଙ୍କା ପାଇ ନଥିବା ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ କହିବା କଥା ସେମାନେ ଭତ୍ତା ଟଙ୍କା ପାଉନଥିବା ବେଳେ ବ୍ୟାଙ୍କକୁ ଯାଇ ଆକାଉଣ୍ଟକୁ ବାରମ୍ବାର ଚେକ୍ କରିଥିଲେ, କିନ୍ତୁ ସେଠି ମଧ୍ୟ ଟଙ୍କା ଆସିନଥିବା କହିଥିଲେ। କିଛିଦିନ ତଳେ ୫-ଟି ସଚିବ ଭି. କେ. ପାଣ୍ଡିଆନ ବଣ୍ଡାଘାଟୀ ଗସ୍ତରେ ଆସିଥିବା ସମୟରେ ଲୋକେ ତାଙ୍କୁ ମଧ୍ୟ ଭତ୍ତା ଟଙ୍କା ପାଉନଥିବା ଅଭିଯୋଗ କରିଥିଲେ। ସେତେବେଳେ ଖଇରପୁଟ ଗୋଷ୍ଠି ଉନ୍ନୟନ ଅଧିକାରୀ କଣ ସମସ୍ୟା ହେଇଛି ମୁଁ ଆସି ବୁଝିବି ବୋଲି କହିଥିଲେ। କିନ୍ତୁ ଗୋଷ୍ଠି ଉନ୍ନୟନ ଅଧିକାରୀ କିମ୍ବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଆସିନଥିବା କଥା ଗ୍ରାମବାସୀ କହିଥିଲେ। ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଭତ୍ତା ଟଙ୍କା ଯୋଗାଇଦେବାକୁ ଗୁହାରି କରିଛନ୍ତି । ଦେଖିବାକୁ ବାକି ରହିଲା ସେମାନେ ତାଙ୍କର ଭତ୍ତା କେବେ ପାଉଛନ୍ତି।