ଭୁବନେଶ୍ୱର, ରାଜ୍ୟ ତମାମ୍ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆକାଶରୁ ନିଆଁ ବର୍ଷୁଛି ।ଆଗକୁ ମଧ୍ୟ ଏଭଳି ସ୍ଥିତି ଜାରି ରହିପାରେ । ଅପରପକ୍ଷରେ ଗୁରୁବାର ଦିନ ସାଢେ ଦିଟା ସୁଦ୍ଧା ସମ୍ବଲପୁର ସର୍ବାଧିକ ଉତପ୍ତ ସହର ପାଲଟିଛି । ସମ୍ବଲପୁରରେ ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର ସ୍ଥିତ ଆଚଂଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହିସୂଚନା ଦିଆଯାଇଛି ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ଦିନ ୨ ଟା ୩୦ ସୁଦ୍ଧା ସମ୍ବଲପୁରରେ ୪୩.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ , ଝାରସୁଗୁଡାରେ ୪୨.୪ ଡ଼ିଗ୍ରୀ , ହୀରାକୁଦରେ ୪୧.୬ ଡ଼ିଗ୍ରୀ , କେନ୍ଦୁଝରରେ ୩୭.୮ ଡ଼ିଗ୍ରୀ , ଭୁବନେଶ୍ୱରରେ ୩୭.୦ ଡ଼ିଗ୍ରୀ ,ଚାନ୍ଦବାଲିରେ ୩୬.୮ ଡ଼ିଗ୍ରୀ , ବାଲେଶ୍ୱରରେ ୩୩.୪ ଡ଼ିଗ୍ରୀ
, ଗୋପାଳପୁରରେ ୩୩.୦ ଡ଼ିଗ୍ରୀ , ପାରାଦ୍ୱୀପରେ ୩୩.୦ ଡ଼ିଗ୍ରୀ ଓ ପୁରୀରେ ୩୨.୬ ଡ଼ିଗ୍ରୀ ତାପମାତ୍୍ରା ରେକର୍ଡ କରାଯାଇଛି ।